
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଖେଲକୁଦ ପ୍ରତିଭାଗୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଅତିଥି ମାନଙ୍କୁ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରିବା ପରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ବିଷ୍ଣୁ ପ୍ରସାଦ ମିଶ୍ର, ସି ପି ଡବ୍ଲ୍ୟୁ ଡି ଦୂର୍ଗା ପ୍ରସାଦ କହଁର, ସଙ୍ଘ କାର୍ଯ୍ୟ ବାହ ନିରଞ୍ଜନ ମିଶ୍ର ଏବଂ ଏକଲ ଓଡିଶା ର ପ୍ରିୟ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇ
କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ l ଉକ୍ତ ଉତ୍ସବ ଆୟୋଜନ କରିବା ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକଲ ବିଦ୍ୟାଳୟ ଗୁଡିକରେ ହୋଇଥିବା ବିଭିନ୍ନ ବର୍ଗର ଖେଳରେ ଯଥା କବାଡ଼ି,ଲମ୍ବ ଡିଆଁ, ଉଚ ଡିଆଁ, ୧୦୦/୨୦୦ ମିଟର ଦୌଡ଼ ପ୍ରତି ଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ହାସଲ କରିବା ପରେ ବ୍ଲକ୍ ସ୍ତରରେ କୃତିତ୍ଵ ଅର୍ଜନ କରିଥବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବାକୁ ଯିବେ ସେଠାରେ ସଫଳତା ହାସଲ ପରେ କେନ୍ଦ୍ର ସ୍ତରକୁ ପୁଣି ପଠାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି l ମୁଖ୍ୟ ଅତିଥିଙ୍କ ସମେତ ମଞ୍ଚାସୀନ ସମସ୍ତ୍ ଅତିଥିମାନେ ଖେଳର ମହତ୍ତ୍ଵ ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ଉଜ୍ଜ୍ଵଳହୋଇପାରିବ ସେ ଉପରେ ଉତ୍ସାହିତ କରିବା ସହିତ ପରାମର୍ଶ ଦେଇଥିଲେ l ଶିବ ଶଙ୍କର ପାତ୍ର ସଭା ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ହରିଶ୍ଚନ୍ଦ୍ର ମହାରଣା, କାର୍ଯ୍ୟାଳୟ ପ୍ରମୂଖ ବିକ୍ରମ ଆଚାରୀ ସାମ୍ବାଦିକ ପ୍ରଶାନ୍ତ ବେହେରା ଓ ଆଦିତ୍ଯ ପ୍ରସାଦ ତ୍ରିପାଠୀଙ୍କ ସମେତ ବହୁ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ l