ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଅନୁମତି ଦେଲେ ସରକାର

add-all

ଚଣ୍ଡୀଗଡ଼: ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠାବାର୍ଷିକ ଅବସରରେ ଆଜି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

ଏହା ହେଉଛି ସ୍ବାଧୀନତା ପରଠାରୁ ନୂଆ ଆଭିଯାନିକ ଶାଖା ଖୋଲିବାରେ ଏହା ହେଉଛି ପ୍ରଥମ ଘଟଣା।

ଆଜି ଚଣ୍ଡୀଗଡ଼ରେ ବାୟୁସେନା ଦିବସ ପାଳନ ଅବସରରେ ବାୟୁସେନା ମୁଖ୍ୟ ଭିଆର୍‌ ଚୌଧରୀ କହିଛନ୍ତି, ଭୂପୃଷ୍ଠରୁ ଭୂପୃଷ୍ଠକୁ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଏବଂ ଦୁଇ ବା ଅଧିକ କ୍ରୁ’ଥିବା ରିମୋର୍ଟ ଚାଳିତ ବିମାନର ୪ଟି ସୁଦକ୍ଷ ଧାରା ଚଳାଇବା ଲାଗି ଲାଗି ଉପରୋକ୍ତ ବ୍ୟବସ୍ଥା କରାଯାଇଛି।

ଉପରୋକ୍ତ ଶାଖା ସୃଷ୍ଟି କରାଗଲେ ବିମାନ ଉଡ଼ାଣ ତାଲିମ ପାଇଁ ହେଉଥିବା ବ୍ୟୟରୁ ୩,୪୦୦ କୋଟି ଟଙ୍କା ସଞ୍ଚୟ କରିହେବ ବୋଲି ସେ କହିଛନ୍ତି।

ଯୁଦ୍ଧ ମାମର୍ଥ୍ୟର ସମନ୍ବିତ ଓ ମିଳିତ ପ୍ରୟୋଗ ବିଷୟରେ କହିବା ବେଳେ ସେ କହିଛନ୍ତି, ନମନୀୟତା, ଦୃଢ଼ତା ଏବଂ ଅନାବଶ୍ୟକ କମାଣ୍ଡ୍‌ ହ୍ରାସ ହିଁ ଏକାଧିକ ଜୋନ୍‌ ଅପରେସନ୍‌‌ର ସଫଳତା।

ସେ କହିଛନ୍ତି, କୌଣସି ବାହିନୀ ଏକାକୀ ଯୁଦ୍ଧ ଜିଣିପାରିବ ନାହିଁ। ତିନି ସେନା ମଧ୍ୟରେ ମିଳିତ ଉଦ୍ୟମ ବୃଦ୍ଧି ପାଇଁ କାମ ଚାଲିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ବାୟୁସେନା ସ୍ଥାପନା ବାର୍ଷିକୀର ‘ଥିମ୍‌’ ହେଉଛି ‘ଭାରତୀୟ ବାୟୁସେନା: ଭବିଷ୍ୟତ ପାଇଁ ପରିବର୍ତ୍ତନ’। ଆଧୁନିକ ଯୁଦ୍ଧର ଚାଲେଞ୍ଜ୍‌  ପ୍ରତି ଧ୍ୟାନ ଦିଆଯାଇ ସେନାରେ ପରିବର୍ତ୍ତନ କରାଯାଉଛି। ଏଥିପାଇଁ ନୂଆ ‘ଅପରେସ୍‌ନାଲ୍‌ ବ୍ରାଞ୍ଚ୍‌’ ଗୁରୁତ୍ବପୂର୍ଣ୍ଣ ଅଟେ।

ଏହାଛଡ଼ା, ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ୩,୦୦୦ ଅଗ୍ନିବୀର ପ୍ରାଥମିକ ତାଲିମ ପାଇଯିବେ। ଆବଶ୍ୟକ କର୍ମଚାରୀଙ୍କୁ ଚାହିଁ ଭବିଷ୍ୟତରେ ଅଗ୍ନିବୀରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଆସନ୍ତାବର୍ଷ ଆମେ ମହିଳା ଅଗ୍ନିବୀର ସାମଲି କରିବା ଲାଗି ଯୋଜନା କରିଛୁ। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି।

ad-week
Leave A Reply

Your email address will not be published.