ହିମାଚଳରେ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ମହୋତ୍ସବରେ ଲୋକନୃତ୍ୟ ପରିବେଶଣ କଲେ ୮,୦୦୦ ମହିଳା

add-all

କୁଲ୍ଲୁ: ପାରମ୍ପରିକ ବେଶପୋଷାକ ପିନ୍ଧି ଶୁକବ୍ରାର ଦିନ ପ୍ରାୟ ୮,୦୦୦ ମହିଳା ରଥ ମୈଦାନରେ ଆୟୋଜିତ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ଉତ୍ସବରେ ଭାଗ ନେଇ ଲୋକନୃତ୍ୟ ପରିବେଶଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଏହି ନୃତ୍ୟ ହେଉଛି କୁଲ୍ଲୁ ପର୍ବପର୍ବାଣିର ଅଂଶବିଶେଷ ଏବଂ ସମଗ୍ର କୁଲ୍ଲୁ ଜିଲ୍ଲାର ମହିଳା ଓ ଝିଅମାନେ ସ୍ବେଚ୍ଛାରେ ଅଂଶ ଗ୍ରହଣ କରି ନୃତ୍ୟ ପରିବେଶଣ କରିଥିଲେ ଏବଂ ପୁରୁଷମାନେ ବାଜା ବଜାଇ ଥିଲେ।

ସୂଚନାଯୋଗ୍ୟ, ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ମେଳା ‘କୁଲ୍ଲୁ ଦଶହରା ମହୋତ୍ସବ’ ଅକ୍ଟୋବର ମାସରେ ହିମାଚଳ ପ୍ରଦେଶରେ ଆୟୋଜିତ ହୁଏ। ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୭ ଦିନ ଧରି ଚାଲିବ। କୁଲ୍ଲୁ ଉପତ୍ୟକାରେ ୩୦୦ ଦିଅଁଙ୍କ ପୂଜନ କରୁଥିବା ଉପାସକମାନଙ୍କର ଏହା ହେଉଛି ଏକ ଅଭିନବ ମେଳଣ।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍‌ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୁଲ୍ଲୁ ଐତିହାସିକ ଦଶହରା ମହୋତ୍ସବ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହଜାର ହଜାର ଭକ୍ତଙ୍କ ମେଳରେ ଯାଇ ପ୍ରଧାନମନ୍ତ୍ରୀ ଉକ୍ତ ମେଳାର ପ୍ରଧାନ ଆକର୍ଷଣ ଭଗବାନ ରଘୁନାଥଙ୍କୁ ଦର୍ଶନ କରିଥିଲେ। ଶୁକ୍ରବାର ଥିଲା ଆନ୍ତର୍ଜାତିକ କୁଲ୍ଲୁ ଦଶହରା ମହୋତ୍ସବର ତୃତୀୟ ଦିବସ।

ad-week
Leave A Reply

Your email address will not be published.