ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ ପାଳନ…

add-all


ବ୍ରହ୍ମପୁର,: ମହାନ ଦେଶ ସେବକ ତଥା ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ସ୍ୱରୂପ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ କୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି l ଗିରିରୋଡ ସ୍ଥିତ ଗୋପବନ୍ଧୁ ଛକ ଠାରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଠାରେ ଆଜି ସମିତି ସଭାପତି ବଂଶୀଧର ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ସଭା ଆରମ୍ଭରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ଗୋପବନ୍ଧୁ ଦାସ ଥିଲେ ଦୁଃଖୀ ରଙ୍କିଙ୍କ ସେବକ l ସେ ଜଣେ ଭଲ ବକ୍ତା, ସାହିତ୍ୟିକ, ଓକିଲ, ଯୁବନେତା ଥିଲେ,ଏତଦସହ ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ବିହାର ଓଡିଶା ବିଧାନସଭା ସଦସ୍ୟ, ଉତ୍କଳ ସମ୍ମିଳନୀର ସଂଗଠକ, ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା,ସମାଜ ଖବର କାଗଜର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ l ଆଜିର ସାମ୍ପ୍ରତିକ ପରିସ୍ଥିତିରେ ଗୋପବନ୍ଧୁଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ମନେ ପକାଇବାର ଯଥେଷ୍ଟ ଆବଶ୍ୟକତା ରହିଛି l ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟ ପୂଜା ସମିତିର ପ୍ରଫେସର ଡମ୍ବୁରୁଧର ସାହୁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସlଲ୍ଲାକେଶବ ଲିଙ୍ଗମ,ବିନାୟକ ନାୟକ, ସୁଶାନ୍ତ ପଣ୍ଡା, ରାଜେନ୍ଦ୍ର ପଣ୍ଡା,ସୁରେନ୍ଦ୍ର ନାଥ ପଣ୍ଡା, ମାଗୁଣି ନାହାକ, ହରିବନ୍ଧୁ ମହାପାତ୍ର, ହୃଷିକେଶ ପାତ୍ର, ରଞ୍ଜନ କୁମାର ସାହୁ,ଭୀଷ୍ମlଚାର୍ଯ୍ୟ ଚୌଧୁରୀ, ଅବନୀ ଗୟା ଓ ଟିମ କ୍ଲିନ ସିଟି ର ସୁର୍ଯ୍ୟ ନାରାୟଣ ଚୌଧୁରୀ, ଟୁକୁ ଦଳେଇ, ନାଗେଶ୍ୱର ପୃଷ୍ଟି, ଅସିତ ପଣ୍ଡା, ସାଗର ରଂଜନ ତ୍ରିପାଠୀ, ସନ୍ତୋଷ, ପଦ୍ମିନୀ ମିଶ୍ର, ଇସାନି ମିଶ୍ର, ସୁବାସ ମାଝୀ, ଦିନେଶ ପଟ୍ଟନାୟକ, ଶକ୍ତିଧର ରାଜଗୁରୁ, ମନୋଜ ଖିମାନୀ, ମନୋଜ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l

ad-week
Leave A Reply

Your email address will not be published.