ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନକୁ ନେଇ ଖପ୍ପା ହେଲେ ଓୱେସୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ-ମୈଶୂର ଯାତ୍ରା କରୁଥିବା ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନ କରି ‘ଓଡେୟାର’ ଏକ୍କପ୍ରେସର ନାମିତ କରାଯାଇଛି। ରେଲୱେ ବୋର୍ଡ଼ ପକ୍ଷରୁ ଏହି ନାମ ପରିବର୍ତ୍ତନର ଦିନକ ପରେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଯେ, ବିଜେପି କେବେ ବି ଟିପୁ ସୂଲତାନଙ୍କ ଲିଗାସିକୁ ଲିଭେଇ ପାରିବ ପାହିଁ। ଓୱେସୀ ଟ୍ୱିଟ୍‌ କରି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ, ବିଜେପି ସରକାର ଟିପୁ ସୂଲତାନ ଏକ୍ସପ୍ରେସର ନାମ ପରିବର୍ତ୍ତନ କରିଛନ୍ତି। ବ୍ରିଟିସରଙ୍କ ବିରୋଧରେ ୩ଟି ଯୁଦ୍ଧ ଲଢ଼ିଥିବାରୁ ଏହା ବିଜେପିକୁ ସହ୍ୟ ହେଉ ନାହିଁ। ଅନ୍ୟ ଏକ ଟ୍ରେନକୁ ମଧ୍ୟ ଓଡେୟାର ଏକ୍କପ୍ରେସ ରଖାଯାଇ ପାରିଥାନ୍ତା। କିନ୍ତୁ ତାହା ନକରି ଟିପୁ ସୂଲତାନଙ୍କ ନାମରେ ଥିବା ଏକ୍ସପ୍ରେସର ନାମ ପରିବର୍ତ୍ତନ କରାଯିବା ରାଜନୈତିକ ହୀନ ମାନସିକତାର ପରିଚୟ।
କିନ୍ତୁ ବିଜେପି କେବେ ହେଲେ ଟିପୁ ସୂଲତାନଙ୍କ ଲିଗାସିକୁ ଲିଭାଇ ପାରିବ ନାହିଁ । ଟିପୁ ସୂଲତାନ ବ୍ରିଟିସରମାନଙ୍କୁ ଭୟଭୀତ କରି ରଖିଥିଲେ। ଓୱେସୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଆଇଟି ସେଲର ଦାୟିତ୍ୱରେ ଥିବା ଅମିତ ମାଲଭ୍ୟା ।
ସେ ଟ୍ୱିଟ କରି ଲେଖିଛନ୍ତି, ବିଜେପି କେବେ ଟିପୁଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁନାହିଁ। ଆମେ ଚାହୁଁ ଟିପୁଙ୍କ ପ୍ରକୃତ ଲିଗାସିଙ୍କ ସମ୍ପର୍କରେ ଲୋକେ ଜାଣନ୍ତୁ। ଟିପୁ ଜଣେ କ୍ରୁର ଶାସକ ଥିଲେ। ଯିଏ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ ବୋଲି ସେ ଲେଖିଛନ୍ତି। ଟିପୁ ଏକ୍ସପ୍ରେସ ପ୍ରଥମେ ୧୯୮୦ରେ ବେଙ୍ଗାଲୁରୁ ଏବଂ ମୈସୂରକୁ ଯୋଗାଯୋଗ କରୁଥିବା ଏକ ସୁପରଫାଷ୍ଟ ଟ୍ରେନ୍ ଭାବରେ ପରିଚିତ ହୋଇଥିଲା

ad-week
Leave A Reply

Your email address will not be published.