ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

add-all

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ମାନସ ରଞ୍ଜନଙ୍କ ବାସଭଭନ ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ୍‌।

କଟକ ସିଡିଏ ସେକ୍ଟର ୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାସ୍ଥିତ ଘର, ଜଟଣୀ କଣ୍ଟିଲୋ ସୃଷ୍ଟି ପ୍ଲାଜାରେ ଥିବା ପ୍ଲାଟ ଓ କୁଜଙ୍ଗ ଗଣ୍ଡିକିପୁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢାଉ। ଭୁନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ୍‌-୧ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଚାଲିଛି। ୩ଜଣ DSP, ୧୧ ଜଣ ଇନ୍ସପେକ୍ଟର, ୨ଜଣ ସବ୍‌ ଇନ୍ସପେକ୍ଟର, ୫ ASI ଚଢାଉରେ ସାମିଲ ଅଛନ୍ତି।

ad-week
Leave A Reply

Your email address will not be published.