ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି ଯୋଜନା କରିଛନ୍ତି  ମୁଖ୍ୟମନ୍ତ୍ରୀ।

ଫିଫା ଫୁଟବଲ୍ ଫର ସ୍କୁଲ୍ ହେଉଛି ସ୍କୁଲ୍‌ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଏକ ପ୍ରୟାସ । ଫୁଟବଲ୍‌ର ବିକାଶ ନେଇ ଫିଫା ଜରିଆରେ ଭାରତରେ ଏଭଳି ପ୍ରୟାସ ନୂତନ ଓ ପ୍ରଥମ ଥର ପାଇଁ କରାଯାଇଛି । ଫିଫା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନ ଧରି ସୁସମ୍ପର୍କ ରହିଆସିଛି । ଓଡ଼ିଶାରେ ଫୁଟବଲ୍‌ର ବିକାଶ ପାଇଁ ଶ୍ର ସାମନ୍ତଙ୍କ ପ୍ରୟାସ କ୍ରମେ ଫିଫା କର୍ତ୍ତୃପକ୍ଷ କିଟ୍ ଓ କିସ୍‌ରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଖିଥିଲେ । ଫଳରେ ସେମାନେ କିସ୍ ସହ ଏକ ବୁଝାମଣା କରିଥିଲେ । ଏହା ସହ ସ୍କୁଲ୍‌ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଦକ୍ଷିଣ-ପୂର୍ବ ଏସିଆ ପାଇଁ ଫିଫା କିସ୍‌କୁ ନୋଡାଲ୍ ଏଜେନ୍‌ସୀ କରିଥିଲା । ଏହି ବୁଝାମଣା ଅନୁସାରେ ଫିଫା ପ୍ରଥମ ଦଫାରେ ୪୩ ହଜାର ୨ଶହ ଫୁଟବଲ୍ ବିଭିନ୍ନ ସ୍କୁଲ୍‌ରେ ବାଣ୍ଟିବା ପାଇଁ ପଠାଇଥିଲେ । (ଭିଜୁଆଲ୍‌) ଏହି ଫୁଟବଲ୍ ସବୁ ଓଡ଼ିଶାର ବିଭିନ୍ନ ସ୍କୁଲ୍‌ରେ ବଣ୍ଟନ କରାଯାଇଛି । ଏହି ପ୍ରୟାସ ପାଇଁ ଫିଫା କର୍ତ୍ତୃପକ୍ଷ ଶ୍ରୀ ସାମନ୍ତଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ କିସ୍ ଓ ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ad-week
Leave A Reply

Your email address will not be published.