ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକିସ୍ତାନ

add-all

ଇସଲାମାବାଦ: ଭୟାବହ ବନ୍ୟା ପରେ ଏବେ ପଡୋଶୀ ଦେଶ ପାକିସ୍ତାନକୁ ଘାରିଛି ଡେଙ୍ଗୁ ମ୍ୟାଲେରିଆ ଭୟ। ଏଠାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାଯୋଗୁ ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ।

ମଙ୍ଗଳବାର ଏନେଇ ଏକ ପ୍ରସ୍ତାବକୁ ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି। ତେବେ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ। ଅନ୍ତର୍ଜାତୀୟ ପାଣ୍ଠିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚ୍‌ଓ ଅର୍ଥ ଯୋଗାଡ଼ କରି ଏହି ମଶାରି କିଣି ପାକିସ୍ତାନକୁ ଦେବ।

ଖୁବଶୀଘ୍ର ଭାରତଠାରୁ ମଶାରି କିଣିବା ପାଇଁ ଯୋଜନା କରାଯାଉଥିବା ଡବ୍ଲ୍ୟୁଏଚ୍‌ଓ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ମୁତବକ ୱାଘା ସୀମା ଦେଇ ଆସନ୍ତା ମାସରେ ଭାରତରୁ ମଶାରି ଆଣି ପାକିସ୍ତାନକୁ ପଠାଯିବ।

ଚଳିତ ବର୍ଷ ଜୁନ୍ ମଙ୍କସର ମଧ୍ୟଭାଗ ଆଡକୁ ପାକିସ୍ତାନରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁ ୩.୩ କୋଟି ଲୋକ ପ୍ରଭାବିତ ହୋଇଥିଲେ। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଦେଶର ଏକତୃତୀୟାଂଶ ବନ୍ୟାଜଳରେ ବୁଡ଼ିଯାଇଥିଲା। ବନ୍ୟାଜଳ ଦୀର୍ଘଦିନ ଧରି ଜମି ରହିବା ଯୋଗୁ ମ୍ୟାଲେରିଆ ଓ ଅନ୍ୟ ସଂକ୍ରାମକ ରୋଗର କାରଣ ସାଜିଥିଲା।

ସେପ୍ଟେମ୍ବର ମାସରେ ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ନେଇ ଡବ୍ଲୁଏଚ୍‌ଓ ପାକିସ୍ତାନକୁ ଚେତାବନୀ ଜାରି କରିଥିଲା। ୨୦୨୩ ସୁଦ୍ଧା ବନ୍ୟା ପ୍ରଭାବିତ ପାକିସ୍ତାନର ୩୨ ଜିଲ୍ଲାରେ ମ୍ୟାଲେରିଆର ୨୭ ଲକ୍ଷ ମାମଲା ସାମ୍ନାକୁ ଆସିବ ବୋଲି ଗତ ସପ୍ତାହରେ କହିଥିଲା ହୁ’। ଏଥିପାଇଁ ଆଗୁଆ ସଚେତନତା ପଦକ୍ଷେପ ନେବାକୁ ସତର୍କ କରାଯାଇଥିଲା।

ad-week
Leave A Reply

Your email address will not be published.