କୋଲକାତାର ବାସିନ୍ଦା ଓ ବିଜେପିରେ ଯୋଗ ନଦେବାରୁ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ ହଟାଯାଉଛି: ଟିଏମସି

add-all

ନୂଆଦିଲ୍ଲୀ: ବିସିସିଆଇ ବର୍ତ୍ତମାନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ନିଶ୍ଚିତ କରିଛି। କିଛି ଦିନ ମଧ୍ୟରେ ବୋର୍ଡର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ବିସିସିଆଇ ଅଧ୍ୟକ୍ଷ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ବିସିସିଆଇ ଅଧ୍ୟକ୍ଷ କରିବ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁ୍ଅ ତଥା ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବା ସୌରଭ ଗାଙ୍ଗୁଲିଙ୍କୁ ସୁଯୋଗ ନମିଳିବାରୁ ବିଜେପିକୁ ଟାର୍ଗେଟ କରିଛି ଟିଏମସି।

ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପଶ୍ଚିମବଙ୍ଗରେ ମିଥ୍ୟା ପ୍ରଚାର କରିଥିଲା ଯେ, ଲୋକପ୍ରିୟ ସୌରଭ ଗାଙ୍ଗୁଲି ଦଳରେ ଯୋଗଦେବେ ବୋଲି। ଟିଏମସି ସାଂସଦ ଡକ୍ଟର ଶାନ୍ତନୁ ସେନ୍ କହିଛନ୍ତି ଯେ, ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନବଢ଼ାଇବା ହେଉଛି ବିଜେପିର ରାଜନୈତିକ ପ୍ରତିଶୋଧର ଏକ ଉଦାହରଣ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଦ୍ୱିତୀୟ ଥର ପାଇଁ ବିସିସିଆଇ ସମ୍ପାଦକ ଭାବରେ କାର୍ଯ୍ୟ କରିପାରିବେ, କିନ୍ତୁ ଗାଙ୍ଗୁଲି ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଗାଙ୍ଗୁଲି କୋଲକାତାର ବାସିନ୍ଦା ଏବଂ ବିଜେପିରେ ଯୋଗ ଦେଇନଥିବାରୁ ଏଭଳି କରି ଦଳ ପ୍ରତିଶୋଧ ନେଉଛି ବୋଲି କହିଛି ଟିଏମସି।

ad-week
Leave A Reply

Your email address will not be published.