ଅବକାରୀ ନୀତି ମାମଲା: ପୁଣି ୨୫ଟି ସ୍ଥାନରେ ଇଡିର ରେଡ୍‌

add-all

ନୂଆଦିଲ୍ଲୀ: ଲାଗୁ ହେବା ପରେ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍‌ କରିଛନ୍ତି। ଏହାପୂର୍ବରୁ ଇଡିର ଅଧିକାରୀମାନେ ଦିଲ୍ଲୀ-ଏନସିଆର, ପଞ୍ଜାବ ଓ ଅନ୍ୟ କିଛି ସ୍ଥାନର ୩୫ଟି ଠିକଣାରେ ରେଡ କରିଥିଲେ। ରେଡ୍‌ରୁ କ’ଣ ମିଳିଲା, ସେକଥା ଇଡି କହିନି। ହେଲେ ଆଜି ପୁଣି ଥରେ ଚଢ଼ଉ ଆରମ୍ଭ ହୋଇଛି।

ଏହାକୁ ମିଶାଇ ଏଯାଏ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ୧୨୦ରୁ ଅଧିକ ସ୍ଥାନରେ ରେଡ କରି ସାରିଲାଣି। ସେହିପରି ଏହି ଦୁର୍ନୀତି ଘଟଣାରେ ଇଡି ମଦ ବ୍ୟବସାୟୀ ତଥା ଇଣ୍ଡୋସ୍ପିରିଟ୍‌ କମ୍ପାନୀର ଏମଡି ସମୀର ମହାନ୍ଦ୍ରୁ ଗିରଫ କରିଛି।

ad-week
Leave A Reply

Your email address will not be published.