ଓ ଟି ଇ ଏଲ୍ ପି ପ୍ଲସ୍ ପକ୍ଷରୁ ଆର୍ଥିକ ଅନଗ୍ରସର ଙ୍କୁ ସହାୟତା ପ୍ରଦାନ…

add-all

ମାଲକାନଗିରି: ଓ ଟି ଇ ଏଲ୍ ପି ପ୍ଲସ୍ ଆଇ ଟି ଡ଼ି ଏ ମାଲକାନଗିରି ପକ୍ଷରୁ ଆର୍ଥିକ ଅନଗ୍ରସର ଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସ୍ ଏଲ୍ ଏନ୍ ଡ଼ି ଏସ୍ , ବିକାଶ ଓ ଓ ଟି ଇ ଏଲ୍ ପି ପ୍ଲସ୍ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମର ଚିହ୍ନଟ ହୋଇଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ଙ୍କୁ ଆର୍ଥିକ ସହାୟତା ସ୍ବରୂପ ଉତ୍ପାଦନକାରୀ ଉପକରଣ ମାନ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହିତାଧୀକାରୀ ଗ୍ରାମରେ ଥିବା ଗ୍ରାମ୍ୟ ଉନ୍ନୟନ ସଂଘ ଦ୍ୱାରା ଚିହ୍ନଟ ହୋଇ ପ୍ରସ୍ତୁତ ହୋଇଥିଲା। ବାର୍ଷିକ କାର୍ଯ୍ୟ ଖସଡ଼ାରେ ସ୍ଥାନିତ ହେବା ପରେ ଓ ଟି ଇ ଏଲ୍ ପି ପ୍ଲସ୍ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ଆଇ ଟି ଡ଼ି ଏ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ଓ ଡ଼ି ଡବ୍ଲ୍ୟୁ ଓ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୩୨ ଜଣ ହିତାଧିକାରୀଙ୍କୁ ଜିନିଷ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୧୦ଜଣ ଟେଲରିଂ ୟୁନିଟ, ୭ଜଣ କିରାଣୀ ଦୋକାନ, ୫ ଜଣ ଟିଫିନ ସେଣ୍ଟର, ୫ଜଣ ଲେଡିସ କର୍ଣ୍ଣର ଓ ୫ ଜଣ ସାଇକଲ ମରାମତି ଦୋକାନ ପାଇଁ ଜିନିଷ ପ୍ରଦାନ କରାଯାଇଥିଲା।ପ୍ରକଳ୍ପ ପ୍ରଶାସକ ଶ୍ରୀ ତ୍ରିନାଥ ମାଝୀ ହିତାଧିକାରୀଙ୍କୁ ଉତ୍ସାହିତ କରିବା ସହ ନିଜର ଜୀବନ ଜୀବିକା କ୍ଷେତ୍ରରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଓ ଟି ଇ ଏଲ୍ ପି ପ୍ଲସ୍ ର ପି ଓ ସି ବି ପ୍ରିୟବ୍ରତ ଖମାରି ପରିଚାଳନା କରିଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ କୃତିବାସ ହୋତା, ଦେବଦତ୍ତ ବେହେରା, ସଦାନନ୍ଦ ବୈରାଗୀ, କାଞ୍ଚନ ଦାସ ଓ ବିନୟ ମାଡକାମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.