ହନିଟ୍ରାପ ଘଟଣାର SIT ତଦନ୍ତ କଲା ସିପିଏମ

add-all

ବ୍ରହ୍ମପୁର : ଅର୍ଚ୍ଚନା ନାଗ ହନୀଟ୍ରାପ ଘଟଣା ରାଜ୍ୟ ପାଇଁ କେବଳ ଏକ କଳଙ୍କିତ ଘଟଣା ନୁହେଁ ବରଂ ରାଜ୍ୟ ଶାସନର ହୁଗୁଳା ପାଣିଆକୁ ପରି ପ୍ରକାଶ କରିଥିବା ଅଭିଯୋଗ କରିଛି ସିପିଏମ।ଖୋଦ ରାଜ୍ୟ ରାଜଧାନୀରେ ଜଣେ ମହିଳା ଏଭଳି କାଣ୍ଡରେ ଲିପ୍ତ ରହି କୋଟି କୋଟି ଟଙ୍କାର ମଳିକାଣି ହୋଇପାରିଛି।ଉଦବେଗର ବିଷୟ ହେଉଛି ଏଥିରେ ଶାସକ ଓ ବିରୋଧୀ ଦଳର ମନ୍ତ୍ରୀ, ବିଧାୟକ, ବଡ ବ୍ୟବସାୟୀ ଓ ଉଚ୍ଚପଦସ୍ଥ ଅଧିକାରୀ ମାନେ ସମ୍ପୃକ୍ତଥିବା ଭିଭିନ୍ନ ଫୋଟୋ ଏବଂ ଖବର ପ୍ରତିଦିନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।କିନ୍ତୁ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା CBI ଓ ED ଏବଂ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ଗୁଡିକ ନିରବ ରହିବା ରାଜ୍ୟ ବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।କାରଣ ଏହି କଳଙ୍କିତ ଘଟଣାରେ କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ବଜେପି ଓ ବିଜେଡିର ବହୁ ତୁଙ୍ଗ ନେତା ମନ୍ତ୍ରୀ ଏବଂ ବଡ ଅଫିସରଙ୍କ ନାମରେ ଅଭିଯୋଗ ଆସିଛି।ତେଣୁ ଏହି ଘଟଣାରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଦଣ୍ଡ ବିଧାନ ପାଇଁ ଏକ ନିରପେକ୍ଷ ତଦନ୍ତ ଆବଶ୍ୟକ। ହାଇକୋର୍ଟ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ତଦନ୍ତ କରିବା ପାଇଁ ଦାବୀ କରିଛି ସିପଏମ ଗଂଜାମ ଜିଲ୍ଲା କମିଟି। ଆଜି ଏଥିପାଇଁ କମାପଲି ଛକରେ ଏକ ପ୍ରତିବାଦ ସଭା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ RDCଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବ୍ରହ୍ମପୁର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ହରି ନାହାକ, ଅଜିତ ପାଣିଗ୍ରାହୀ, ଚନ୍ଦନ ସ୍ୱାଇଁ,ନୃସିଂହ ବ୍ରହ୍ମା ପୁରୁଷୋତ୍ତମ ସାହୁ, ରଞ୍ଜନ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.