ଗଞ୍ଜାମ ଜିଲ୍ଲା ସକାଶେ ବାତ୍ୟା ବିପଦ ନାହିଁ

add-all


ସରକାରୀ କର୍ମଚାରୀ ମାନଙ୍କ ଛୁଟିବାତିଲ, ନିଜନିଜ ସଦରମହକୁମାରେ ରହିବେ – ଜିଲ୍ଲାପାଳ ।
ବ୍ରହ୍ମପୁର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି, ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ୍ତ କୁମାର ଜେନା । ଶୁକ୍ରବାର ଆଭାସୀ ବୈଠକ ମାଧ୍ୟମରେ ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଏହି ସମ୍ପର୍କରେ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏସ୍.ଆର୍.ସି ଅବଗତ କରାଇଥିଲେ ଯେ ବାତ୍ୟା ବାଂଲାଦେଶକୁ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହା ସମୁଦ୍ର ମଧ୍ୟଦେଇ ଗତି କରିବ । ସମୁଦ୍ର ଅଶାନ୍ତ ରହିବ ସମୁଦ୍ର ତଟବର୍ତ୍ତି ଜିଲ୍ଲାପାଳଗଣ ସତର୍କ ରହିବେ । ତେବେ ଗଞ୍ଜାମ ଜିଲ୍ଲାକୁ ଏହାର ପ୍ରଭାବ ପଡିନପାରେ ବୋଲି ଜଣାଇଛନ୍ତି । ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ସଂପୂର୍ଣ୍ଣ ବାରଣ କରାଯାଉଛି । ତଳିଆ ଅଞ୍ଚଳରେ କିମ୍ବା ମାଟିକାନ୍ଥ ଅବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତ କୋଠାଘର ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ,ପାନୀୟଜଳ ବ୍ୟବସ୍ଥା,ସ୍ୱାସ୍ଥ୍ୟ ସେବା ଇତ୍ୟାଦି ଯୋଗାଇ ଦେବାକୁ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଥିଲେ । ପରିଚାଳନା ନିମନ୍ତେ ନିୟୋଜିତ ହୋଇଥିବା କର୍ମଚାରୀ ମାନଙ୍କ ତାଲିକା ଏବଂ ସେମାନଙ୍କ ଯୋଗାଯୋଗ ନମ୍ବର ଦେବାକୁ କୁହାଯାଇଛି । ଯେଉଁ କର୍ମଚାରୀ କିମ୍ବା ଅଧିକାରୀ ଗଣ ବାତ୍ୟା ଦାୟୀତ୍ବରେ ଥାଇ କାର୍ଯ୍ୟ ପରିଚାଳନାରେ ଅସୁବିଧା ଘଟାଇବେ ସେମାନଙ୍କୁ SRC ଆଇନ୍ ବଳରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ଗଣଙ୍କୁ ବାରଣ କରାଯାଇଛି ଏ ସଂପର୍କରେ ପ୍ରଚାର ପ୍ରସାର କରିବାକୁ କୁହାଯାଉଛି । ସମୁଦ୍ର ମଧ୍ୟରେ ନଉକା ନଥିବା ଏବଂ କେହି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାଁନ୍ତି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିଖିତ ପ୍ରମାଣ ପତ୍ର ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାକୁ ବାତ୍ୟା ସ୍ପର୍ଶ କରିବ ନାହିଁ ବୋଲି କୁହାଯାଇଛି ତଥାପି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ହୋମଗାର୍ଡ ଏବଂ ପୋର୍ଟ ଅଧିକାରୀ ଗଣ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରିବା ସହିତ ସତର୍କ ଦ୍ରୁଷ୍ଟି ରଖିବାକୁ କୁହାଯାଇଛି । ପ୍ରାକୃତିକ ବିପଦ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ ଏଣୁ ସତର୍କ ଓ ସଜାଗ ରହିବା ଉଚିତ ।ବାତ୍ୟା ସମୟରେ କେହି ସାହସିକତା ଦେଖାଇ ବାହାରକୁ ଯିବା ଉଚିତ ହେବନାହିଁ ।ବାତ୍ୟା ପୂର୍ବରୁ ଲୋକେ ଘରେ ପିଇବା ପାଇଁ ସଞ୍ଚୟ କରି ରଖନ୍ତି ।ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ସମସ୍ତ ସରକାର କର୍ମଚାରୀ ଯେମିତି ନିଜ ନିଜ ହେଡକ୍ଵାଟର୍ରେ ରହିବେ , କେହିବି ଛୁଟିରେ ଯିବେ’ ନାହିଁ । ସମସ୍ତ ଛୁଟି ବାତିଲ କରାଯାଇଥିବା ଜଣାଇଥିଲେ । ଓଡ୍ରାଫ୍ ଟିମ୍କୁ ପ୍ରସ୍ତୁତ କରି ରଖିବା ସହିତ ସମସ୍ତ ପ୍ରକାର ପ୍ରସ୍ତୁତ ରହିବାକୁ ଜଣାଇଛନ୍ତି ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଗଞ୍ଜାମ କୀର୍ତ୍ତି ଭାସନ୍ନ, ପ୍ରୋବେସୋନାରୀ ଆଇଏଏସ, ଧୀନା, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ପ୍ରମୁଖ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.