ସ୍ୱାଭିମାନ ଅଞ୍ଚଳରେ ମନ୍ତ୍ରୀ ସାରକା

add-all

ଚିତ୍ରକୋଣ୍ଡା(୨୧/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ ଯୋଡି ହୋଇଛି । ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇ ଅଞ୍ଚଳକୁ ଆଜି ଆଇନ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି | ତାଙ୍କ ସହିତ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ,ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବା,ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ,ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କ ସମେତ ସ୍ୱାଭିମାନ ଅଞ୍ଚଳର ବରିଷ୍ଠ ଦଳୀୟ କର୍ମିଙ୍କ ସହଯୋଗରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସାତ ଗୋଟି ବିଦ୍ୟାଳୟ ତଥା ଛାତ୍ର ବାସ ଓ ଛାତ୍ରୀ ନିବାସ ଉଦଘାଟନ କରିଛନ୍ତି l

ad-week
Leave A Reply

Your email address will not be published.