ଜଳିଗଲା ମିଠା ଦୋକାନ; ଜଣେ ମୃତ, ୨ ଆହତ

add-all

ରାଉରକେଲା: ରାଉରକେଲା ସହର ସ୍ଥିତ ପାନପୋଷ ଛକରେ ଥିବା ମିଠା ଦୋକାନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି।   ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅରୁଣ। ତାଙ୍କ ଘର ବିହାରର ଗୟା ଅଞ୍ଚଳରେ ବୋଲି ଜଣାଯାଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଗକୁ ଦୀପାବଳି ପର୍ବ ଆସୁଥିବାରୁ ଦୋକାନରେ ମିଠା ତିଆରି ଚାଲିଥିଲା। ଏହି ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗି ଯାଇଥିଲା। ସଙ୍ଗେସଙ୍ଗେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇ ଦୋକାନରେ କାମ କରୁଥିବା ଅରୁଣଙ୍କ ସମେତ ୨ଜଣ କର୍ମଚାରୀ ବାହାରକୁ ଆସିପାରି ନଥିଲେ। ହେଲେ ଅନ୍ୟ କର୍ମଚାରୀ ବାହାରକୁ ପଳାଇ ଆସିଥିଲେ। ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ  ଅରୁଣଙ୍କ ସମେତ ୩ଜଣ କର୍ମଚାରୀଙ୍କୁ ବାହାରକୁ ବାହାର କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ୨ଜଣ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି।

ad-week
Leave A Reply

Your email address will not be published.