କଲେଜ ଯିବା ସମୟରେ ଡମ୍ପର ଧକ୍କାରେ ଛାତ୍ରୀ ମୃତ

add-all

ସୋର: ଆଜି ସକାଳେ ଜଣେ ଛାତ୍ରୀଙ୍କର କଲେଜ ଯିବା ସମୟରେ ଏକ ଡମ୍ପର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଔପଦା ବ୍ଲକ ରାଇ ରାମଚନ୍ଦ୍ରପୁର ପଂଚାୟତର ଦେହୁରୀ ସାହି ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ କରିସ୍ମା ପାତ୍ର ଔପଦା ମହାବିଦ୍ୟାଳୟରେ +୨ କଳାର ପ୍ରଥମ ବର୍ଷର ପଢୁଥିଲେ। ସବୁଦିନ ଭଳି ଆଜି ପୂର୍ବାହ୍ନ ୧୦ଟାରେ ସାଇକେଲ ଯୋଗେ ଘରୁ କଲେଜ ଅଭିମୁଖେ ଯାଉଥିଲେ। କଲେଜ ନିକଟସ୍ଥ ଡିଇଁପୁରା ଛକ ନିକଟରେ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଛାତ୍ରୀଜଣକ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ସହିତ ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.