ଜଟଣୀ ବାଣ ବଜାରରେ ଭିଡ଼

add-all

ଜଟଣୀ ୨୩/୧୦: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଜଟଣୀ ବାଣ ବଜାରରେ ଜମୁଛି ପ୍ରବଳ ଭିଡ଼l ଜଟଣୀ ଷଣ୍ଢପୁରୁରେ ବାଣ ବଜାର  ହୋଇଥିବା ବେଳେ, ତଳଖେତ ଛକ, ଜଟଣୀ ଗେଟ୍‌ ଠାରୁ ପତ୍ରପଡ଼ା ନାଗେଶ୍ୱର ମନ୍ଦିର ପର୍ଯ୍ଯନ୍ତ ଥିବା ବିଭିନ୍ନ ବାଣ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳିଛିl କୋଭିଡ କଟକଣା ପାଇଁ ୨ ବର୍ଷ ହେବ ବାଣ ଫୁଟା ବନ୍ଦ ଥିବା ବେଳେ ଚଳିତ ବର୍ଷ ସାଧାରଣ ଲୋକଙ୍କ ଭିତରେ ବାଣ ଫୁଟାଇବାକୁ ଉତ୍ସାହ ଦେଖିବାକୁ ମିଳିଛି l

ଏପଟେ କିନ୍ତୁ ସରକାରଙ୍କ ନିୟମରେ ଥିବା ସବୁଜ ବାଣ ପାଇଁ ୪୦ % ଦାମ ବଡ଼ିଥିବା ବାଣ ବ୍ୟବସାୟୀ କହିଛନ୍ତିl ବାଣ ଦାମ ବଢ଼ିଥିବାରୁ ଲୋକଙ୍କ  ଭିତରେ ମନ ଉଣା ଦେଖିବାକୁ ମିଳିଛିl କଟକଣା ପାଇଁ ଚଳିତ ବର୍ଷ ବିକ୍ରି ହେଉଥିବା ବାଣର ମାନ ସୁରକ୍ଷା ଆଦିକୁ ତଦନ୍ତ ପାଇଁ କମିସିନରେଟ ପୋଲିସ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ ଏବଂ ଅଗ୍ନିଶମ ବାହିନୀର ଅଧିକାରୀମାନେ ଯାଞ୍ଚରେ ସାମିଲ ହୋଇଛନ୍ତିl

ad-week
Leave A Reply

Your email address will not be published.