ମହଙ୍ଗା ପଡ଼ିଲା ଦାଦାବଟି ଆଦାୟ; ୨ ଅଭିଯୁକ୍ତ ଗିରଫ

add-all

ଝାରସୁଗୁଡ଼ା ୨୩/୧୦: ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲରେ ବହୁ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ବଟି ମାଗିଥିବା ୨ ଅଭିଯୁକ୍ତଙ୍କୁ ଠେଲକୋଲିର ଡ଼ୁମେରମୁଣ୍ଡା ପାଖରୁ ବନହରପାଲି ପୋଲିସ ଗିରଫ କରିଛିl ଗିରଫ ଅଭିଯୁକ୍ତଙ୍କ ପରିଚୟ ଏମଡି କମାଲ ହୁସେନ ଓ ଗୁଡ୍ଡୁ ସା। ସେମାନେ ବନ୍ଧବାହାଲର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ବନ୍ଧୁକ, ୪ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ପୋଲିସ ଜବତ କରିଛିl

୨ ଅଭିଯୁକ୍ତ କୋର୍ଟ ଚାଲଣ କରାଯିବ ବୋଲି ପୋଲିସ କହିଛି l  ଖବର ଅନୁସାରେ, ଶୁକ୍ରବାର ରାତି ୧୦ ଟାରେ ୨ ଅଭିଯୁକ୍ତ ସାଇ ମେଡିକାଲ ଷ୍ଟୋର, ସାଇ ଡ୍ରେସେସ, ସାହୁ ଜେନେରାଲ ଷ୍ଟୋର, ହୋଟେଲ ପ୍ରତୀକ ଓ ଆଖପାଖର ଅନ୍ୟ ଦୋକାନରେ ପଶି ମୋଟ ୧୦ ଲକ୍ଷ ବଟି ମାଗିବାସହ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେl ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହେବା ସହ ଦୋକାନୀମାନେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେl ପରେ ପୋଲିସ ଆକ୍ସନ ମୋଡ୍‌କୁ ଆସି ସ୍ୱତନ୍ତ୍ର ଟିମ୍‌ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.