ଅଲୋଡ଼ା ହେଲା ଶିଶୁକନ୍ୟା; ପଲିଥିନ ବ୍ୟାଗ୍‌ରେ ଫିଙ୍ଗି ଚାଲିଗଲା ମା’

add-all

ବଲାଙ୍ଗୀର ୨୩/୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅସ୍କିଜେନ ପ୍ଲାଣ୍ଟ ପାଖ ନାଳରୁ ମୃତଶିଶୁ ଉଦ୍ଧାର ହୋଇଛି। ଗୋଟିଏ ପଲିଥିନ ଥଳିରେ ଶିଶୁକୁ କେହି ଛାଡ଼ି ଚାଲିଯାଇଥିବା କୁହାଯାଇଛି।

ତେବେ ଆଜି କିଛି ସ୍ଥାନୀୟ ଲୋକ ଥଳିକୁ ଦେଖିଥିଲେ। ପରେ ସେଥିରେ ଏକ ଶିଶୁକନ୍ୟା ଥିବା ଦେଖି ପୋଲିସକୁ ଜଣାଥିଲେ। ଘଟଣା ସ୍ଥଳକୁ କିଛି ସ୍ୱେଚ୍ଛାସେବୀ ଆସି ଶିଶୁକୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁକୁ କନ୍ୟାକୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ଶିଶୁକୁ  ଏପରି ଛାଡ଼ି ଯାଇଛି  ସେନେଇ ତଦନ୍ତ କରିବାକୁ ଦାବି ହୋଇଛି। ଅନ୍ୟପଟେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.