ପୁଣି ମାତିଲେ ମାଓବାଦୀ : ଇନଫର୍ମର ସନ୍ଦେହରେ କଲେ ନୃସଂଶ ହତ୍ୟା…

add-all

ଫୁଲବାଣୀ :- ଗତକାଲି ପୋଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ l ପୁଣି ଗୋଟଏ ଠିକା କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ ବାହିନୀ l ମୃତକ କୁନାସଲୁ ନିକଟସ୍ଥ କ୍ଲମ୍ବାଜକି ଗ୍ରାମର ନୀଳକଣ୍ଠ ମଲ୍ଲିକ l ଗୋଟଏ ଦିନରେ ଦୁଇଟି ହିଂସା କାଣ୍ଡ ରଚିଛନ୍ତି ମାଓ ବାହିନୀ l କ୍ଲମ୍ବାଜକି ଗ୍ରାମ ଠାରୁ ୧୦ କିଲୋମିଟର ଦୂରରେ ଥିବା ଶୁଡ୍ରl ପଞ୍ଚାୟତ କlତେଭଟା ଛକ ଠାରୁ ପିପାଲି ଗ୍ରାମ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ଚାଲି ଥିଲା ଏଠାରେ ୧୫ରୁ ଉର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ କ୍ୟାମ୍ପ ପଶି ଦୁଈଟି ଜେସିବି, ଦୁଇଟି ଟ୍ରାକ୍ଟର , ଦୁଇଟି, ମିକ୍କିଚର ମେସିନ ଜାଳି ଦେଇଛନ୍ତି l ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସ୍ରୁଷ୍ଟି ହୋଇଛି l ସେପଟେ କେକେବିଏନ ମାଓ ସଂଗଠନ କରିଛନ୍ତି ବୋଲି ସୂଚନା ମିଳିଛି l

ad-week
Leave A Reply

Your email address will not be published.