ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ

add-all

ଭୁବନେଶ୍ୱର: ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ । ବାଣ ଓ ଦୀପଲଗାରୁ ଏହି ଅଗ୍ନିକାଣ୍ଡ ସବୁ ଘଟିଛି । କେନ୍ଦ୍ରାଞ୍ଚଳ ଅଗ୍ନିଶମ ରେଞ୍ଜରେ ୨୭ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ଉତ୍ତରାଞ୍ଚଳରେ ୪ଟି ଘଟିଛି । ସେହିପରି ଦକ୍ଷିଣାଞ୍ଚଳରେ ୧୫ଟି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୩୮ଟି ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏହି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ।

ବାସୁଦେବପୁର ଅଂଚଳରେ ବିଭିନ୍ନ ସ୍ଥାନରେ ବାଣ ଫୁଟାଉଥିବା ବେଳେ ୯ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତେ ବାସୁଦେବପୁର ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେହିପରି, ଢେଙ୍କାନାଳ-ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ଜଣଙ୍କା ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ବଡ଼ସୁଆଁଳ ଗାଁର ଦୁଷ୍ମନ୍ତ ନାୟକ । ତାଙ୍କୁ ଗୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିପରି ୯ ବର୍ଷର ପୁଅ ପ୍ରତିକ ନାୟକ ଏବଂ ଅନ୍ୟ ଜଣେ ୧୧ ବର୍ଷର ଶିଶୁକନ୍ୟା ଅନ୍ୱେଷା ପାଲ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।  ବେଗୁନିଆ ଗଡମାଣିତ୍ରୀ ଗାଁରେ ବାଣ ଫୁଟାଉଥିବା ବେଳେ ନିଆଁ ଲାଗି ଗୋଟିଏ ବଖରା ଘର ଜଳିଯାଉଥିବା ବେଳେ ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସେହିପରି, ହାତରେ ବାଣ ଫୁଟି ବାଳକ ଗୁରୁତର। ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡା ଗାଁରେ କୈଳାସ ବେହେରା ଙ୍କ ପୁଅ ସୁନିତ୍ ଦୀପାବଳୀ ପାଳନ ନିମନ୍ତେ ବାଣ ଫୁଟାଉଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ହାତରେ ବାଣ ଟି ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୁମିତ୍ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ପରିବାର ତଥା ପଡୋଶୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ad-week
Leave A Reply

Your email address will not be published.