କୋଇମେଟଲା ମାଇନର କେନାଲରେ ପାଣି ସମସ୍ୟା,କେନାଲ ଥାଇ ପାଣି ନପାଇ ଚାଷୀ ହତାଶ…

add-all

ମାଲକାନଗିରି :୨/୧୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ମାଇନର କେନାଲ ରେ ପାଣି ଅଳ୍ପ ପରିମାଣରେ ଆସୁଥିବା ବେଳେ ପୁରୁଣା ଯୋଗୁଁ କେନାଲର ପାଇପ ରେ ଫାଟ ସୃଷ୍ଟି ହୋଇଛି। ସେଥିପାଇଁ ପାଣି ସଠିକ ପରିମାଣରେ କେନାଲରୁ ଚାଷୀ ମାନଙ୍କ ଜମିରେ ନପହଞ୍ଚି ଅଯଥା ଅପଚୟ ହେଉଛି। ଯେଉଁଥିପାଇଁ କୋଇମେଟଲା ଗ୍ରାମ ପଞ୍ଚାୟତର ଚାଷୀ ମାନେ ଏକତ୍ରିତ ହୋଇ ଅଭିଯୋଗ ବଢ଼ିଛନ୍ତି । ଚାଷୀ ମାନେ କହିବା ଅନୁଯାୟୀ ପୁରୁଣା ପାଇପ କୁ ଅତିଶିଘ୍ର ମରାମତି କରିବା ସହ କେନାଲ ଉପରେ ପାଇପ ପରିବର୍ତେ ବ୍ରିଜ ପରି କରିଲେ ପାଣି ଅପଚୟନ ହୋଇ ସିଧା କେନାଲ ରୁ ଚାଷୀଙ୍କ କ୍ଷେତ କୁ ପାଣି ଯାଇ ପାରିବ। କୋଇମେଟଲା ମାଇନର କେନାଲରେ ଏହି ପୁରୁଣା ପାଇପ ବହୁତ ଆଗରୁ ଲାଗିଥବାରୁ ସେଥିରେ ଫାଟ ସୃଷ୍ଟି ହୋଇ ପାଣି ବାହାରି ଚାରିଆଡ଼େ ଭାସୁଛି। କେନାଲ ରେ ପାଣି ଖୁବ କମ ପରିମାଣରେ ଆସୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷ ଙ୍କ ଆଉଏକ ଅଭିଯୋଗ ମଧ୍ୟରେ ପୁରୁଣା ପାଇପ ମରାମତି କରିବା ପାଇଁ ଟଙ୍କା ଆସୁଛି ମାତ୍ର ଏହା ଠିକ୍ ଭାବରେ ବିନିଯୋଗ ନହେଇ ବାଟମାରଣା ହେଉଛି । ସେଥିପାଇଁ ନୂତନ ଭାବେ ବ୍ରିଜ କରି ପାଣି କେନାଲ ରେ ଛଡ଼ା ଗଲେ ଚାଷୀ ଉପକୃତ ହେବେ ବୋଲି ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ନିକଟରେ ମତ ରଖିଛନ୍ତି। ଚାଷୀ ଙ୍କ କହିବା ଅନୁସାରେ ପୂର୍ବରୁ ଚାଷୀ ମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ହୋଇ ପାରିନାହିଁ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହୋଇପାରିଲେ ଚାଷୀ ଆଉ ଜଳାଭାବ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.