ଦକ୍ଷତା ବିକାଶ କେନ୍ଦ୍ରରେ ସଫଳତା ହାସଲ ପରେ ତାମିଲନାଡୁ ରେ ନିଯୁକ୍ତି ପାଇଲେ ଜିଲ୍ଲାର ୨୧ ଜଣ ଯୁବକ ଯୁବତୀ…

add-all

ମାଲକାନଗିରି ୨/୧୧ ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇ ଆତ୍ମ ସ୍ୱାଭିମାନ ର ସହିତ ବଞ୍ଚିବା ପାଈଁ ସୁନ୍ଦର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଯେଉଁ ଯୁବକ ଯୁବତୀ ମାନେ ବେକାର ରହି ଯାଉଛନ୍ତି ସେମାନଙ୍କୁ କର୍ମ ନିଯୁକ୍ତି ଦେବାପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ନିଯୁକ୍ତି ଅନୁଷ୍ଠାନ ମାଧ୍ୟମରେ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ଶିକ୍ଷା ପ୍ରଦାନକାରୀ ସଂସ୍ଥା ଯଥା ଗ୍ରାମ ତରଙ୍ଗ, ଏଡୁ ଜଇନ୍, ଉପାସନା ଏବଂ କୱେସର ସହଯୋଗ ମାଧ୍ୟମରେ ସମସ୍ତଙ୍କୁ ରୋଜଗାର କ୍ଷମକରି ଉଦାହରଣ ସୃଷ୍ଟି କରିପାରିଛି। ଗୋୖଡଗୁଡା ପଞ୍ଚାୟତ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରର ଏକ ବିଶେଷ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ର ମୁଖ୍ୟ ଉର୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳ ମୁକୁନ୍ଦ ଭୂୟାଁ ଏବଂ ନିୟୋଜନ ଅଧିକାରୀ ଯୋଗଦାନ କରି ସମସ୍ତ ଶିକ୍ଷା ଗ୍ରହଣ କରୁଥିବା ଯୁବକ ଯୁବତୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ନିଜର ଦକ୍ଷତା ବୃଦ୍ଧି ବିକାଶରେ ପ୍ରେରଣା ଯୋଗାଇବା ସହ ତାମିଲନାଡୁରେ ନୂତନ ଭାବରେ ନିଜର କର୍ମ ନିଯୁକ୍ତି ଯୋଗଦେବାକୁ ଥିବା ସମସ୍ତ ୨୧ ଜଣ ଯୁବକ ଯୁବତୀଙ୍କୁ ପ୍ରଶଂସା ଏବଂ ଶୁଭେଚ୍ଛା ଜଣାଇଥିଲେ ।

ad-week
Leave A Reply

Your email address will not be published.