ଦେବାଦେବୀଙ୍କୁ ଅପଶବ୍ଦ କହି ଧର୍ମୀୟ ଭାବନାକୁ ଆଘାତ ବିରୋଧରେ ଗ୍ରାମ ସମାଜ ପକ୍ଷରୁ ଥାନା ରେ ଏତଲା…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି ୭୮ ଗ୍ରାମ ରେ ଦେଖିବାକୁ ମିଳିଛି ଏହି ପରି ଏକ ବିଧର୍ମୀ ଘଟଣା। ସୂଚନା ରୁ ପ୍ରକାଶ ଥାଉ କି ଏମ.ଭି ୭୮ ଗ୍ରାମର ବ୍ୟକ୍ତି ଗୋପାଳ ମଣ୍ଡଳ ହିନ୍ଦୁ ସମାଜରେ ପୂଜା ପାଉଥିବା ଦେବୀଙ୍କୁ ଖରାପ ଭାଷା ରେ ଗାଳିଗୁଲଜ କରିଥିଲେ।ଏହା ନେଇ ଗ୍ରାମ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅସନ୍ତୋଷ ପ୍ରକାଶ ପାଇବା ପରେ ଗ୍ରାମରେ ଏହାକୁ ନେଇଏକ ବୈଠକ ବସିଥିଲା।ଏହି ବୈଠକରେ ବିଧର୍ମୀ ଗୋପାଳ ଗ୍ରାମବାସୀଙ୍କ ଦ୍ୱାରା ହିନ୍ଦୁ ଧର୍ମର ପୂଜା ପାଉଥିବା ଦେବୀଙ୍କୁ ଖରାପ ଆକ୍ଷେପ କରି କଥା କହିଥିବାରୁ ତୁମେ ସମାଜ ନିକଟରେ କ୍ଷମା ମାଗ ବୋଲି କହିବାରୁ ଗୋପାଳ ମଣ୍ଡଳ କ୍ଷମା ନ ମାଗି ସେ ସେଠାରୁ ଚାଲି ଯାଇଥିଲେ।ପରେ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ଦିଲିପ ବାକଚି ଙ୍କ ନାମ ରେ ଏମ.ଭି ୭୯ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଏହା ପରେ ଗ୍ରାମର ଭଦ୍ରବ୍ୟକ୍ତି ବିଶେଷ ଏହି ଅଭିଯୋଗକୁ ଭିତ୍ତି କରି ଗ୍ରାମ୍ୟ ସମାଜ ପକ୍ଷରୁ ଏମ.ଭି ୭୯ ଥାନା ରେ ଗୋପାଳ ମଣ୍ଡଳ ଓ ତାଙ୍କ ସହଯୋଗୀ ଏମ.ପି.ଭି ୪୧ ର ଭୋଳା ବିଶ୍ଵାସ ଙ୍କ ନାମରେ ଏମ.ଭି ୭୮ ଗ୍ରାମ ର ଦିଲିପ ବାକଚି ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଏମ.ଭି ୭୯ ଥାନା ରେ ଏକ କେସ ୧୨୬/୨୨ ରୁଜୁ କରି ଧାରା ୨୯୪,୨୯୫-କ,୨୯୮,୩୪ରେ ତଦନ୍ତ ଜାରି ରହିଛି। ଏହାର ତଦନ୍ତ ଭାର ଥାନା ଏସ.ଆଇ ଏନ୍.ପି.ଭତରା କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.