ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ଜଣେ ସାମ୍ବାଦିକ ଗୁରୁତର

add-all

ଫୁଲବାଣୀ : ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୂର୍ଘଟଣାରେ ଫୁଲବାଣୀର ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି ସମ୍ବାଦ ସଂଗ୍ରାହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ପିଟିବା ଫଳରେ ଦୂର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥୁବା ଜଣାପଡିଛି । ଖବର ପାଇ ଖଜୁରୀପଡା ପୋଲିସଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଏମାନଙ୍କୁ ଉଦ୍ଧାର କରିପ୍ରଥମେ ଖଜୁରୀପଡା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବିକାଶଙ୍କୁ ଗୁରୁତର ଅବସ୍ଥା ରେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ବିକାଶ ମିଶ୍ରଙ୍କ ଅକାଳ ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡଃ. ଅରୂପ ଜେନା, ସାଧାରଣ ସମ୍ପାଦକ ଅଶୋକ ପରିଡା, ସାମ୍ବାଦିକ ଅନନ୍ତ ଡିଗାଲ, ଉପସଭାପତି, କେ ଡ଼ି ଯେ ଏ, ସନ୍ତୋଷ ଡିଗାଲ, ଜୟ ସେନ ପରିଡା,ରଞ୍ଜନ କୁମାର ଦାସ, କେ ପି ଏଫ ସଭାପତି ରାଧାମୋହନ ମହାପାତ୍ର, ଜିଲ୍ଲା କନ୍ଧମାଳ ମିଡିଆ ଫୋରମର ଉପ ସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ଶିବ ବିଶ୍ଵାଳ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ କୁମାର ଜେନା, ପ୍ରଶାନ୍ତ ପଣ୍ଡା ଶିବ ରାମ ନାୟକ,ସନ୍ତୋଷ ବେହେରା,ସୁଧୀର ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଗଭୀର ଶୋକ ବ୍ୟକ୍ତି କରିବା ସଙ୍ଗେ ସଙ୍ଗେ ଶୋକ ସନ୍ଧିପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ , ଓ ଜିଲ୍ଲା ସଙ୍ଘ ସଭାପତି ଡଃ. ଅରୂପ ଜେନା ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.