ଶ୍ରୀମନ୍ଦିର ଭିତର କାଠରେ ପଡିଲା ରକ୍ତର ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

add-all

ପୁରୀ ୦୩।୧୧ : ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ବଡ ମହାସ୍ନାନ। ମଙ୍ଗଳାଆରତୀ ପରେ ମଇଲମ, ତଡପଲାଗି ନୀତି ଅନୁଷ୍ଠିତ ହେବା ପରେ ଭିତର କାଠନିକଟରେ ରକ୍ତ ପଡିଥିବା ଯୋଗୁଁ ଶ୍ରୀଜୀଉଙ୍କୁ ମହାସାନ୍ନକରାଯାଇଛି। ବଡମହାସାନ୍ନ ଯୋଗୁଁ ଦର୍ଶନ ବନ୍ଦ ହୋଇଥିଲା। ଦେଢ ଘଣ୍ଟା ଧରି ଦର୍ଶନ ବନ୍ଦ ହେବା ପରେ ଏବେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି।

ସେହିପରି ଆଜି ମଧ୍ୟ ଧାଡିରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମହିଳାମାନଙ୍କ ଆଜି ପବିତ୍ର ସୁଦଶା ବ୍ରତ ଧର୍ମ ମାସ କାର୍ତ୍ତିକର ଶେଷ ଗୁରୁବାର । ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ । ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିବାରୁ ଠେଲାପେଲା ଯୋଗୁଁ ବୋଧହୁଏ କେଉଁ ମହିଳାର କାଚ ଭାଙ୍ଗି ରକ୍ତ ପଡିବା କିମ୍ବା କେହି ବୋଧହୁଏ ଝୁଣ୍ଟି ପଡି ଏହି ରକ୍ତ ପଡିଥିବାର ସମ୍ଭାବନା ପରେ ମହାପ୍ରଭୁଙ୍କୁ ବଡ ମହାସ୍ନାନ କରାଯାଇଛି।

ad-week
Leave A Reply

Your email address will not be published.