
ହିଞ୍ଜିଳିକାଟୁ (୩।୧୧) : ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନୃସୀଂହ କଳାମନ୍ଦିର ପରିଷରରେ ବ୍ଲକସ୍ତରୀୟ ୨୦୨୨ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେସମ୍ନାନିତ ଅତିଥିଭାବେ ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଗୋଷ୍ଟି ଶିକ୍ଷାଧିକାରୀ ଏସ ଗିରିଧର, ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ସୁସିଲ କୁମାର ପାତ୍ର, ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର, ଗୋଷ୍ଟି ଶିକ୍ଷାଧିକାରୀ କାର୍ଯ୍ୟାଳୟ ମୁଖା କିରାଣି ପ୍ରକାଶ ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। । ଉକ୍ତ କାର୍ଯ୍ୟକ୍ରମରେ ୧୦ଟି କ୍ଳଷ୍ଟର ଲେବେଲ ୯୫ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କନିଷ୍ଠ ଓ ବରିଷ୍ଠ ବିଭାଗରେ ୨୫୦ ଜଣ ଙ୍କୂ ନେଇ ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ, ସଙ୍ଗୀତ, କୁଇଜ, ଚିତ୍ରକଳା ପ୍ରଦର୍ଶନ, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ସୃତିଲିଖନ ଓ ୧୦ ଟି ଗୋଷ୍ଠି ମଧ୍ୟରେ ସାଂସ୍କୃତିକ ଓ ଚିତ୍ରକଳା ଶିଳ୍ପକଳା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିଯୋଗିତା ର ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ୫ରେ ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ। ସଂଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷା ସୁଚିତ୍ରା ପଣ୍ଡା ମୁଖ୍ୟ ଅତିଥି, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାକୁ ଶିକ୍ଷକ ନିରଞ୍ଜନ ସାହୁ ସିଆରସିସି ପରିଚାଳନା କରିଥିବା ବେଳେ ସିଆରସିସି ଅଖିଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।