ପୁଣି ଥରେ ବେଆଇନ ଭାବେ ଚାଲିଥିବା ଗୁଟଖା କାରଖାନା ଉପରେ ଚଢ଼ାଉ

add-all

ବ୍ରହ୍ମପୁର : ପୁଣି ଥରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ ଚଢ଼ାଉ କରିଛି ଗୋଳନ୍ଥରା ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ସୁରଳ ଓଡ଼ିଆରପି କଲୋନୀର ଏକ ଘର ଉପରେ ଗତକାଲି ମଧ୍ୟରାତ୍ରୀ ରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉ ବେଳେ ପୋଲିସ ସେଠାରେ ବିପୁଳ ପରିମାଣର ଗୁଟଖା ସାମଗ୍ରି, ଗୁଟଖା ତିଆରି ମ୍ୟାସିନ୍‌, ପାନ ମସଲା, ପ୍ଲାଷ୍ଟିକ୍ ବୋତଲ, ଓଜନ ମ୍ୟାସିନ୍‌, ଗୋଟିଏ ପ୍ୟାକିଂ ଏବଂ ଷ୍ଟିଚିଙ୍ଗ୍ ମ୍ୟାସିନ୍‌, ଏକ ପ୍ଲାଷ୍ଟିକ୍ ବ୍ୟାଗ୍‌, ଏବଂ ଗୋକୁଳ ଡ଼ିଲକ୍ସ ମିକ୍ସ ଜରଦା ଆଦି ସାମଗ୍ରିକୁ ଜବତ କରିଛି ପୋଲିସ। ଏହି ସଂକ୍ରାନ୍ତରେ ବ୍ରହ୍ମପୁର ଗାନ୍ଧୀନଗରର ଶ୍ରୀକାନ୍ତ ଦାସ, ସୁରଳ ମହାରଣା ସାହିର ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଜଣ ଅଭିଯୁକ୍ତ ସ୍ୱାଗତ ସ୍ପାଇସେସ୍ କାରଖାନାରେ ଗତ ୬ ମାସ ତଳେ କାମ କରୁଥିଲେ ।ତେବେ ସେଠାରୁ କାମ ଛାଡ଼ି ଏକ ପୁରୁଣା ଗୁଟଖା ତିଆରି ମ୍ୟାସିନ୍ କ୍ରୟ କରିବା ସହ ଗୁଟଖା ତିଆରି ସାମଗ୍ରି ଯୋଗାଡ଼ କରିଥିଲେ । ଓଡ଼ିଆରସି କଲୋନୀର ଏକ ଘରେ ଏହି ନକଲି ଗୁଟଖା ତିଆରି କାରଖାନା ଆରମ୍ଭ କରିଥିଲେ । ଏହି ଗୁଟଖାକୁ ବ୍ରହ୍ମପୁର ଏବଂ ସ୍ଥାନୀୟ ଅଚଂଳରେ ବିକ୍ରୟ କରୁଥିବା ପୋଲିସ ଅଧିକା ତଦନ୍ତରୁ ଜାଣିବାକୁ ପାଇଛି । ଆଜି ଉଭୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.