ସମ୍ଭାବନା ତରଫରୁ ସମ୍ମାନିତ ହେବେ କନ୍ଧମାଳର ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର

add-all

ଫୁଲବାଣୀ :-ସମ୍ଭାବନା ସାରସ୍ୱତ ପରିଷଦ,ଓଡିଶା ତରଫରୁ ଗଞ୍ଜାମର ଆସ୍କା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆସନ୍ତା ନଭେମ୍ବର 13 ତାରିଖ ରବିବାର ଦିନ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର , ସମର୍ଦ୍ଧନା ପର୍ବ ଓ କବିତା ଆସର ଅନୁଷ୍ଠିତ ହେଵବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ରବୀନ୍ଦ୍ର ମଲ୍ଲ ଜଣାଇଛନ୍ତି l ଦିନ ତମାମ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପ୍ରଥିତଯଶା ସାହିତ୍ୟିକ ମାନେ ଉପସ୍ଥିତ ରହିବେ l କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ତଥା ଆଇନଜୀବୀ ରବୀନ୍ଦ୍ରନାଥ ମିଶ୍ର ସମ୍ଭାବନା ରବି ରଶ୍ମି କାବ୍ୟ ଭାରତୀ ସମ୍ମାନ, ବିଶିଷ୍ଠ ସାହିତ୍ୟିକ ତଥା ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ଭାବନା ସେବା ସମ୍ମାନ, କନ୍ଧମାଳର ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଶ୍ରୀ କୈଳାଶ ଚନ୍ଦ୍ର ଧଳ ସମ୍ଭାବନା ରବିରଶ୍ମି ଶିଶୁ ସମ୍ମାନ ପାଇବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି l ପ୍ରକାଶ ଥାଉ କି ବିଭିନ୍ନ ସମୟରେ କନ୍ଧମାଳର ସାହିତ୍ୟିକ ମାନେ ସମ୍ମାନିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି l

ad-week
Leave A Reply

Your email address will not be published.