ନୂତନ ବିଡିଓଙ୍କୁ ସ୍ବାଗତ ଓ ପୂର୍ବତନ ବିଡିଓଙ୍କୁ ବିଦାୟ ସମ୍ବର୍ଦ୍ଧନା 

add-all

ବୁଗୁଡା : ବୁଗୁଡା ବ୍ଳକରେ କାର୍ଯ୍ୟରତ ବିଡିଓ ତନ୍ମୟ ପାତ୍ରଙ୍କ କବିସୂର୍ଯ୍ଯନଗର ବ୍ଳକକୁ ବଦଳି ହେବା ପରେ ବୁଗୁଡା ବ୍ଳକରେ ଶୁକ୍ରବାର ଦିନ ନୂତନ ବିଡିଓ ଭାବେ ବାସୁଦେବ ନାୟକ ନିଯୁକ୍ତି ପାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ଆଜି ପୂର୍ବତନ ବିଡିଓ ତନ୍ମୟ ପାତ୍ରଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ନୂତନ ବିଡିଓ ଭାବେ ବୁଗୁଡା ବ୍ଳକର ଦାୟିତ୍ୱ ଗ୍ରହଣ କରିଥିବା ବାସୁଦେବ ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ସରପଞ୍ଚ ,ସମିତି ସଭ୍ୟ,ପିଇଓ, ଜିଆରଏସ୍, ଯନ୍ତ୍ରୀ ଏବଂ କାର୍ଯ୍ୟାଳୟର ଅନ୍ଯ କର୍ମଚାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.