ଚିତ୍ରକୋଣ୍ଡା ବ୍ଲକ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା (୦୪/୧୧) : ସରକାରୀ ଉଚ୍ଚମଧ୍ୟମିକ ବିଦ୍ୟାଳୟ ଚିତ୍ରକୋଣ୍ଡା ରେ ବ୍ଲକ ସ୍ତରୀୟ ଡିଜିଗଭ ବ୍ୟାଙ୍କିଙ୍ଗ ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି l ଏହି କାର୍ଯ୍ୟକ୍ରମକୁ ୧୬୪ ପ୍ରାଥମିକ, ଉଚ୍ଚପ୍ରାଥମିକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଗୋଷ୍ଠୀ ସାଧନ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଅଞ୍ଜନ ଚୌଧୁରୀ ତାଲିମ ଶିବିରକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ସିଦ୍ଧାର୍ଥ ନାୟକ ହେଡ କ୍ୟାସିଓର ସଂଜୀବ ଦାସ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ବ୍ୟଙ୍କିଙ୍ଗ ସେବା ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ l ଜିଲ୍ଲା ଅର୍ଥ ପରାମର୍ଶରଦାତା ଶ୍ରୀ ଦେବେନ୍ଦ୍ର ଦାସ ଡିଜିଟାଲ ଗବ ବ୍ୟାଙ୍କିଙ୍ଗ ସେବା ଉପରେ ତାଲିମ ପ୍ରଦାନ କରିଥିଲେ l ଜିଲ୍ଲା ପ୍ଲାନିଂ ସଂଯୋଜକ ଶ୍ରୀମତି ବିଜୟ ଲଷ୍ମୀ ଚୌଧୁରୀ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଶ୍ରୀ କୃପାସିନ୍ଧୁ ଅମ୍ବାଗୁଡ଼ିଆ, ହେମନ୍ତ କୁମାର ନାୟକ ହିସାବ ରକ୍ଷକ ହରିଶ୍ଚନ୍ଦ୍ର ଗୌଡ଼ ସୁଚିତ୍ରା ସାବତ ପ୍ଲାନିଂ ସଂଯୋଜକ ନୀଳ ମାଧବ ପାତ୍ର ଉପସ୍ଥିତ ରହି ତାଲିମ ଶିବିର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.