ଆଠ ଗ୍ରାମପଞ୍ଚାୟତବାସୀଙ୍କୁ ନେଇ ବ୍ଲକ ଅଭିଯାନ କମିଟି ବୈଠକ

add-all

ଦାରିଙ୍ଗବାଡି, ୪/୧୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ବ୍ଲକ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ବିକ୍ରମାଦିତ୍ୟ ବସ୍ତିରାୟଙ୍କ ଆହ୍ୱାନ କ୍ରମେ ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀଙ୍କୁ ନେଇଁ ବ୍ଲକ ଉନ୍ନୟନ କମିଟି ବୈଠକ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସଭାଗୃହର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ ଅଧ୍ୟକ୍ଷତା କରିଥିବା ବେଳେ, ବ୍ଲକ ଉନ୍ନୟନ କମିଟିର ସଭାପତି ଅମୀରଚାନ୍ଦ ନାୟକ, ସମ୍ପାଦକ ଦିବ୍ୟସିଂହ ପାତ୍ର, କୋଷାଧ୍ୟକ୍ଷ ସୁନାରସିଂ ମାଝୀ,୧୧ନଂ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଦୀପିକା ମୁଠାମାଝୀ, କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ଅକ୍ଷୟ କୁମାର ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି ୧୯୯୨ ମସିହାଠାରୁ ବ୍ରାହ୍ମଣୀଗାଁ ଅଂଚଳର ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ନୂତନ ବ୍ଲକ ଗଠନ କରିବା ନେଇଁ ଦାବି କରି ଆସିଛନ୍ତି। ଦୀର୍ଘ ବର୍ଷର ଦାବି ପୂରଣ ହେବା ନିମନ୍ତେ ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳରୁ ଉର୍ଦ୍ଧରେ ରହି ପ୍ରତି ପଞ୍ଚାୟତ ସ୍ତରରେ କମିଟି ଗଠନ କରିବା ସହିତ ପଞ୍ଚାୟତ ରାଜ ମନ୍ତ୍ରୀ, କନ୍ଧମାଳ ସାଂସଦ, ଘୁ ଉଦୟଗିରି ବିଧାୟକଙ୍କୁ ଅଞ୍ଚଳ ସମସ୍ୟା ସମ୍ପର୍କରେ ଅବଗତ କରି ବ୍ରାହ୍ମଣୀଗାଁରେ ନୂତନବ୍ଲକ କରାଯିବା ଦାବୀ ରଖି ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବାର ସିଦ୍ଧାନ୍ତ ନେଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.