ବଡ଼ଗଡ଼ରୁ ଶିଶୁ ଚୋରି ଘଟଣାରେ ମହିଳା ଅପହରଣକାରୀ ଗିରଫ

add-all

ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଅପହରଣକାରୀ ମହିଳାକୁ ଗିରଫ କଲା ପୋଲିସ।  ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥଲା। ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଥିଲା ପୋଲିସ।  ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ଼ କରୁଛି ପୁଲିସ। ତେବେ କେଉଁଥି ପାଇଁ ଛୁଆଟିକୁ ନେଇ ମହିଳା ଉଭାନ ହୋଇଯାଇଥିଲା ଏବଂ କାହିଁକି ଲୁଚାଇ ରଖିଥିଲା ସେନେଇ ତଦନ୍ତ ଚାଲିଛି।

ହାଇଦ୍ରାବାଦରୁ ଆସିଥିବା ମହିଳା ଏଠି କଣ କରୁଥିଲେ ସେନେଇ ତଦନ୍ତ ଚାଲିଛି । ଏହା ଏକ ବଡ଼ ରାକେଟ ବୋଲି ପୁଲିସ କହୁଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଏହାର ପର୍ଦାଫାଶ ହେବ ବୋଲି ସୂଚନା ମିଳିଛି। ଗତକାଲି ଛୁଆ ଚୋରୀ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ।

ad-week
Leave A Reply

Your email address will not be published.