ଜଳେଶ୍ବରରେ ୮ଟି କଣ୍ଟେନରରୁ ୮୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ, ୪ ବେପାରୀ ଅଟକ

add-all

ଜଳେଶ୍ବର: ଗୋରୁ ବୋଝେଇ କେଣ୍ଟନର ଜବତ। ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ ଟି ଗୋରୁ ବୋଝେଇ କେଣ୍ଟନର ଏବଂ ବେଲି ଗୋପୀନାଥପୁର ଗ୍ରାମରୁ ୩ ଟି କଣ୍ଟେନର ଜବତ କରିଛି ଜଳେଶ୍ବର ପୋଲିସ୍। ମୋଟ୍ ୮ଟି କଣ୍ଟେନର ରୁ ୮୦୦ ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିବା ସହିତ ୪ଜଣ ଗୋରୁ ବେପାରୀଙ୍କୁ ଅଟକ ରଖିଛି ପୋଲିସ୍। ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଧରାପଡିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ବିଭିନ୍ନ ଗାଡି ମାଧ୍ଯମରେ ବେଆଇନ ଭାବରେ ଶହ ଶହ ଗୋରୁ ଚୋରା ଚାଲାଣ ହୋଇ ଆସୁଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ୮ଟି କେଣ୍ଟନରରେ ୮୦୦ରୁ ଊର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ୍ ଚଢାଉ କରିଥିଲା। ଲକ୍ଷ୍ମଣନାଥ ଟୋଲଗେଟ୍ ଏବଂ ବେଲି ଗୋପୀନାଥପୁର ଗ୍ରାମରେ ଚଢାଉ ସମୟରେ ଗାଡି ଗୁଡିକୁ ଜବତ କରିବା ସହ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ବେପାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୋଲିସ୍।

ad-week
Leave A Reply

Your email address will not be published.