ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ବିରାଟ ତ୍ରୁଟି!

add-all

ଭୁବନେଶ୍ୱର: ୱିକିପିଡିଆରେ ପୁଣି ତ୍ରୁଟି। ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ତ୍ରୁଟି ଥିବା ଦେଖିବାକୁ ମିଳିଥିବାବେଳେ, ଏବେ ଖବର ପ୍ରସାରଣ ପରେ ତ୍ରୁଟିକୁ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି । ଯାହା ଦେଖିବାକୁ ମିଳିଥିଲା କି, ସିଦ୍ଧାନ୍ତ ମହାପାତ୍ର କୁଆଡ଼େ ବଲିଉଡ୍‌ ଅଭିନେତ୍ରୀ ଫରାହ ନାଜ୍‌ଙ୍କ ଭିଣୋଇ। ଖାଲି ସେତିକି ନୁହେଁ ସେ କୁଆଡ଼େ ୧୯୯୩ ମସିହାରେ ପ୍ରଥମେ ମାଲାୟାଲମ୍‌ ଅତିନେତ୍ରୀ ମାଲ୍ଲୁ ମାରିଆ (ମରିୟମ୍‌ ନାଜ୍)ଙ୍କୁ ବିବାହ କରିଥିଲେ।

ଆହୁରି ମଧ୍ୟ ପ୍ରଥମ ବିବାହରୁ ତାଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ‌ଅଛନ୍ତି। ଏହାପରେ ୨୦୦୪ ମସିହାରେ ସେ କନ୍ନଡ଼ ଅଭିନେତ୍ରୀ ମାୟେଶା ତସ୍‌ଲିମ୍‌ ହାସ୍‌ମିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କ ଝିଅ ସାଇସିଦ୍ଧି ମହାପାତ୍ର ଓ ପୁଅ ସାଇସମର୍ଥ ମହାପାତ୍ର ହୋଇଥିବା ୱିକିପିଡିଆରେ ଉଲ୍ଲେଖ ରହିଥିଲା।

ସୂଚନା ଥାଉକି, କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ବୋଲର ଅର୍ଶଦୀପ ସିଂହଙ୍କ ୱିକିପିଡିଆ ପେଜ୍‌କୁ ଦୁବୃର୍ତ୍ତମାନେ ଏଡିଟ୍‌ କରି ଦେଇଥିଲେ। ଯେଉଁଥିରେ ଏସିଆ କପ୍‌ରେ ଏକ କ୍ୟାଚ୍ ହାତଛଡ଼ା କରିବାକୁ ନେଇ ଅର୍ଶଦୀପଙ୍କୁ ଖଲିସ୍ତାନୀ ସଂସ୍ଥା ସହିତ ଯୋଡ଼ା ଯାଇଥିଲା। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯାହାପରେ କେନ୍ଦ୍ର ସରକାର ଏହାର ତନାଘନା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏଡିଟ୍‌ କରାଯାଇଥିବା ଆଇପି ଆଡ୍ରେସ ପାକିସ୍ତାନରୁ ହୋଇଥିବା ନଜରକୁ ଆସିଥିଲା।

ad-week
Leave A Reply

Your email address will not be published.