ହାଟପଦାଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

add-all

ଫୁଲବାଣୀ :-ନିଃସ୍ୱାର୍ଥପରମାର୍ଥ ସେବା ସଂଘକନ୍ଧମାଳ ପକ୍ଷରୁ ହାଟପଦା ମାଆ ନାରାୟଣୀଙ୍କ ସଭାଗୃହରେ ଏକ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ମହତ ଦାନ। ଏହି ସ୍ଲୋଗାନକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଯୁବକ ଆଗେଇ ଆସିବା ଦରକାର।ନିଃସ୍ୱାର୍ଥ ପରମାର୍ଥ ସେଵା ସଂଘ ପକ୍ଷରୁ ହାଟପଦା ମାଆ ନାରାୟଣୀ ସଭାଗୃହରେ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଜୟଦୀପ ଘୋଷ ପ୍ରଥମେଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ।ସଂଘର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ତ୍ରୀନାଥ ପାତ୍ରଙ୍କ ସ୍ମୃତି ଉଦେଶ୍ୟ ରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ସଭ୍ୟମାନେ ତ୍ରିନାଥ ପାତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲ ନିଃସ୍ୱାର୍ଥ ପରମାର୍ଥ ସେବା ସଂଘର ସାଧାରଣ ସଂମ୍ପାଦକ ଅଶୋକ ପରିଡା ରକ୍ତଦାନକରି ଶୁଭାରମ୍ଭ କରିଥିଲେ।ସଂଘର ସଭାପତି ପ୍ରଶନ୍ନ ପଟନାୟକ,ନବୀନ କିଶୋର ପଣ୍ଡା, ରାଜକିଶୋର ପାଢୀ, ବଂଶୀଧର ପଣ୍ଡା,ପ୍ରମୋଦ ସାହୁ,ସୁବାଷ ବେହେରା, ଶଙ୍କର ନାରାୟଣ ସାହୁ, ନବ କିଶୋର ରଥ,ବିକାଶ ମହାନ୍ତି ପ୍ରମୁଖ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ।ରକ୍ତ ଭଣ୍ଡାରର ଟେକନିସିଆନମାନେ ୧୬ୟୁନିଟ ରକ୍ତ ସଂଗ୍ରହ କରିଥିଲେ।କନ୍ଧମାଳ ଜିଲ୍ଲାର ଯୁବ ସମାଜ ରକ୍ତଦାନ ପାଇଁ ଉତ୍ସାହିତ ହୋଇ ଅନୁପ୍ରାଣିତ ହେବାକୁ ସଭାପତି ପ୍ରଶନ୍ନ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ad-week
Leave A Reply

Your email address will not be published.