
ଫୁଲବାଣୀ :- ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଙ୍ଘର ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଫୁଲବାଣୀ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀମତୀ ଅମ୍ବିକା ବେହେରା ଙ୍କ ନେତୃତ୍ୱରେ ଏକ ହଜାର ରୁ ଅଧିକ ଆଶାକର୍ମୀ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ।ଭାରତୀୟ ମଜଦୁର ସଂଘର ଜିଲା ସଭାପତି ଅଶୋକ ପରିଡା ସରକାର ଆଶାକର୍ମୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ କୁଶଳି ଶ୍ରମିକ ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ଦେବା ଆବଶ୍ୟକ ବୋଲି ତାଙ୍କୁ ଉତ୍ସାହିତ କରିଥିଲେ।୧୪ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।କନ୍ଧମାଳ ଜିଲ୍ଲାର୍ପ୍ରତି ବ୍ଲକର ଶତାଧିକ ଆଶାକର୍ମୀ ମାନେ ମାଦିକୁନ୍ଦା ଛକରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ l ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସରକାର ୨୦୦୬-୦୭ହେବ ଏନ୍ ଏଚ୍ ଏମ୍ ର ଅଂଶ ବିଶେଷ ଭାବେ ଜନନୀ ସୁରକ୍ଷା ଯୋଜନାକୁ ସଫଳତାର ସହ କାର୍ଯ୍ୟ କରୁଥିବାରୁ ପାଇଁ ଆଶା କର୍ମୀ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ନିଯୁକ୍ତି କରିଛନ୍ତି l ଆମ ଆଶା କର୍ମୀ ମାନେ ବିଭିନ୍ନ ସମୟ, ପରିସ୍ଥିତିରେ ନିଜକୁ ଜଳାଞ୍ଜଳି ଦେଇ ଜନ ସାଧାରଣ ଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି l ଏଥି ସକାସେ ସରକାର ଆଶାକର୍ମୀ ମାନଙ୍କୁ ଅଣ ଦେଖା କରୁଥିବାରୁ ପାରିଶ୍ରମିକ ବୃଦ୍ଧି ପାଇଁ କୌଣସି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ତେଣୁ କନ୍ଧମାଳ ଜିଲ୍ଲାର ସମସ୍ତ ଆଶିଙ୍କ ସାମୂହିକ ସ୍ୱାର୍ଥ ପାଇଁ୧୩ଦଫା ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଓ ମିଶନ ନିର୍ଦିଶିକା ଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଆଶାକର୍ମୀଙ୍କ ଜିଲ୍ଲା ସଭାପତି ଅମ୍ବିକା ବେହେରା କହିଛନ୍ତି ଅତିରିକ୍ତ କାର୍ଯ୍ୟ ପାଇଁ ପ୍ରେତ୍ସାହନ ରାଶି ବୃଦ୍ଧି, ପେନସନ୍ ଲାଗୁ, ଇ ଏସ୍ ଆଇ ଏବଂ ଦୁର୍ଘଟଣା ଓ ସାଧାରଣ ମୃତ୍ୟୁ ଘଟିଲେ ପାଞ୍ଚ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ,ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ବ୍ୟବହାର ରେ ଶାଳୀନତା ,ଶିକ୍ଷିତ ଆଶାଙ୍କୁ ପଦୋନ୍ନତି ଦେବା ସହ ୧୩ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସମ୍ପାଦିକା କନିକା ମଲ୍ଲିକ ସୂଚନା ଦେଇଛନ୍ତି କି ସରକାର ସେମାନଙ୍କ ଦାବି ପୂରଣ ପାଇଁ ଅଗ୍ରାଧିକାର ନ ଦେଲେ ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ଆନ୍ଦୋଳନକୁ ତୀବ୍ର କରିବା ସହକାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲେଇ ବାକୁ ବାଧ୍ୟ ହେବୁ ବୋଲି କହିଥିଲେ ।ଜିଲାର ପ୍ରତିବ୍ଲକରୁ ସଭାପତି ଓ ଆଶାକର୍ମୀମାନେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ।