
ମାଲକାନଗିରି,୦୫/୧୧ : ଆସନ୍ତା ୯ ତାରିଖରେ ହେବାକୁ ଥିବା କୋରାପୁଟ କେସିସି ବ୍ୟାଙ୍କ ସଭାପତି ପଦବୀ ର ନାମାଙ୍କନ ଦାଖଲ ର ଶେଷଦିନ।ଯେତିକି ପାଖେଇ ଆସୁଛି ଅସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ବର୍ତ୍ତମାନ ସୁଦ୍ଧା ଅସାୟୀଙ୍କ ମଧ୍ୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ,ପୂର୍ବତନ କେସିସି ସଭାପତି ଡ଼ଃ ଇନ୍ଦିରା ନନ୍ଦ,ରମାକାନ୍ତ ରାଉଳ ନାମ ଚର୍ଚ୍ଚା ଧରୁଥିବା ବେଳେ ଏବେ ଜଣେ ଆଦିବାସୀ ବିଜେଡି ନେତା ,ଚାଷୀ ସୁରକ୍ଷା ର ଯୁବ ନେତା ଗୋପୀ ପାଙ୍ଗି ମଧ୍ୟ ଆଶାୟୀ ରହିଛନ୍ତି।ଅଭିଭକ୍ତ କୋରାପୁଟ ଜିଲା ରେ ସବୁଠାରୁ ଅଧିକ ଆଦିବାସୀ ଚାଷୀ ରହିଛନ୍ତି।ପୂର୍ବରୁ ଆଦିବାସୀ ଚାଷୀଙ୍କୁ ଅଣଦେଖା କରାଯାଇଛି ତେଣୁ ଆଦିବାସୀ ନେତାଙ୍କୁ ସଭାପତି ପଦବୀ ଦେବାକୁ ବିଭିନ୍ନ ଆଦିବାସୀ ସଂଘଠନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣା ପଡ଼ିଛି।୧୫ ଟି ନିର୍ଦେଶକ ଆସନରୁ ୧୪ଟି ବିଜେଡି ର ଥିବା ବେଳେ ପ୍ରତେକ ଜିଲା ର ବିଧାୟକ ଓ ନେତାଙ୍କ ସହଯୋଗ ଓ ସମର୍ଥନରେ ଜିତିଛନ୍ତି।ତେଣୁ ସମସ୍ତ ଙ୍କ ନଜର ହାଇକମାଣ୍ଡ ଉପରେ ରହିଛି।ବର୍ତମାନ ଆଶାୟୀ ଙ୍କ ସମର୍ଥକ ସହ ଭୁବନେଶ୍ବର ରେ ଡେରା ପକାଇଥିବା ଦେଖିବାକୁ ମିଳିଛି।ଏ ସମସ୍ତ ଅସାୟୀଙ୍କ ଭିତରୁ ଗୋପୀ ପାଙ୍ଗି ଙ୍କୁ ଛାଡି ସମସ୍ତେ ରାଜ୍ୟ ସରକାର ଙ୍କ ଭଲ ପଦପଦବୀ ରହିଛନ୍ତି।ତାଙ୍କ କାର୍ଯ୍ୟ ଦକ୍ଷତା ସମସ୍ତେ ଜାଣିଛନ୍ତି।ସବୁବେଳେ ସେମାନଙ୍କୁ ରାଜ୍ୟ ସରକାର ତଥା ହାଇକମାଣ୍ଡ ଅନୁକମ୍ପା ଦେଖାଉଥିବା ବେଳେ ଏଥର ଜଣେ ଆଦିବାସୀ ଙ୍କୁ ଅନୁକମ୍ପା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।୯ ତାରିଖ ପୂର୍ବରୁ ସଭାପତି ନାମ ଘୋଷଣା କରାଯିବ।ତେଣୁ ବିଜୁ ଜନତା ଦଳର ବର୍ତମାନ ଏହି ଆଶାୟୀ ନେତାଙ୍କୁ ନେଇ ସର୍ଭେ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ଅସାୟୀଙ୍କ ମଧ୍ୟରେ ଈଶ୍ୱର, ଇନ୍ଦିରା, ରମାକାନ୍ତ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଗୋପୀ ପାଙ୍ଗି ମାଲକାନଗିରି ର।ଏବେ ଦେଖିବାକୁ ବାକି ରହିଲା ହାଇକମାଣ୍ଡ ଆଦିବାସୀ ଙ୍କୁ ଅନୁକମ୍ପା କରୁଛନ୍ତି ନା ଆଉ କାହାକୁ।