
ହିଞ୍ଜିଳିକାଟୁ ୪।୧୧ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ କଳାମନ୍ଦିର ପରିଷରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେସମ୍ନାନିତ ଅତିଥିଭାବେ ହିଞ୍ଜିଳିକାଟୁ ପ୍ରେସକ୍ଳଵ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ,ହିଞ୍ଜିଳିକାଟୁ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ହୃଦ଼ୟାନନ୍ଦ ମହାପାତ୍ର, ଲକ୍ଷ୍ମୀନୃସୀଂହ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ ଅନୃଷ୍ଟାନର ଗୁରୁ, ଇଙ୍ଗରାଜ ସେନାପତି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ କଳା ମନ୍ଦିର ତରଫରୁ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଫୁଲତୋଡା ସହ ୱୋପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ଆଗାମୀ ୧୪ ରିଖ ଶିଶୁ ଦିବସ ପାଳନ ଅବସରରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଶିଶୁ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କୁ କନିଷ୍ଠ ଓ ବରିଷ୍ଠ ବିଭାଗରେ ୨୪୫ ଜଣ ଙ୍କୂ ନେଇ ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ, ସଙ୍ଗୀତ, ସହ ଵାଦ୍ୟ ଯନ୍ତ୍ର ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତା ର ଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୪ ତାରିଖ ରେ କଳାମନ୍ଦିର ତରଫରୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଶିକ୍ଷକ ନିରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ଗୁରୁ ଦିଲ୍ଲିପ କୁମାର ସାହୁ, ଗୁରୁ ରମାକାନ୍ତ ସାହୁ, ରୋହିତ ବିଷୋଈ, ମାନସ ଵେହେରା, ସୁଧାଂଶୁ ବାଡତ୍ୟା, ହିମାଂଶୁ ବେହେରା, ଦିଲ୍ଲୀପ କୁମାର ବୈଠାରୁ, ସଂସ୍କାର ପଟ୍ଟନାୟକ, ଵିନୋଦ ବେହେରା, ବିଶ୍ବମ୍ବର ସାହୁ ଓ କଳାମନ୍ଦିର ର ସମସ୍ତ ସଦସ୍ୟ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
