
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ସଂଗ୍ରାମ କେଶରୀ ଜେନା, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, କାଉନସିଲର ବିନୋଦିନୀ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ଉଦଘାଟନୀ ମ୍ଯାଚଟି ଅଡବା ଦଳ ଓ ଦିଗପହଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଗପହଣ୍ଡି ଦଳ ୨-୧ ସେଟରେ ବିଜୟୀ ହୋଇଥିଲା ଏବଂ ଅଡବା ଦଳର ଖେଳାଳି ରାମ ମଲ୍ଲିକ ମ୍ଯାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇଥିଲା ବେଳେ ରେଫେରି ଭାବେ ପ୍ରସାଦି ତୋଷ , ସ୍କୋରର୍ ଭାବେ ପବନ ନାୟକ, ଲାଇନମ୍ୟାନ ଭାବେ ଦିଲ୍ଲୀପ ନାୟକ ଓ ଅବିନାଶ ଗୌଡ ନିୟୋଜିତ ଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ବସନ୍ତ କୁମାର ଦଳେଇଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ଉତ୍ସବ ଅବସରରେ ପ୍ରାକ୍ତନ ଭଲିବଲ୍ ଖେଳାଳି କ୍ରିଷ୍ଣାରାଓ ପାତ୍ର , ହର ପ୍ରସାଦ ଦାଶ , ଭଗବାନ ଜେନା , ବିଭୁତି ଭୂଷଣ ଦାଶ , ହର୍ଷ ପ୍ରସାଦ ଜେନା ଓ ପ୍ରସାଦି ତୋଷଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଅନିଲ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସୂର୍ଯ୍ୟମଣି ମହାନ୍ତି ,ଅନୋଜ କୁମାର ପଟ୍ଟନାୟକ , ଲକ୍ଷ୍ମୀକାନ୍ତ ପାଣି ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ଆୟୋଜକ ସନ୍ ସାଇନ୍ ଟିମ୍ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ବୈଶ୍ବିକ ମହାମାରୀ କରୋନାର ଦ୍ବିତୀୟ ଲହରରେ ଭଲିବଲ୍ ଖେଳାଳି କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମୃତ୍ୟୁ ବରଣ କରିଥିବା ବେଳେ ସେ ଦ୍ବୟଙ୍କ ସ୍ମୃତିରେ ଏହି ଚତୁଃଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି ।