ସହର ମଝିରେ ବୁଲୁଛି ଝିଙ୍କ: ଭୟରେ ସହରବାସୀ

add-all

ବ୍ରହ୍ମପୁର, ୦୬/୧୧: ସହର ମଝିରେ ବୁଲୁଛି ଝିଙ୍କ। ଭୟରେ ସହରବାସୀ। ରାତି ହେଲେ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବାର ନଜର ଆସୁଛି ଝିଙ୍କ। ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରୁ।

ସୂଚନା ଅନୁଯାୟୀ, ସହର ମଧ୍ୟରେ ଏକ ଝିଙ୍କ ବୁଲୁଥିବା ଘଟଣା ନଜରକୁ ଆସିଛି। ଏହାକୁ ନେଇ ସହରବାସୀଙ୍କ ମନରେ ଭୟ ସଂଚାର ହୋଇଛି। ଝିଙ୍କ ଯୋଗୁଁ କୌଣସି ଅସୁବିଧା ନହେଉ ସେଥିପାଇଁ ଭୟରେ ରହିଛନ୍ତି ଲୋକେ। ରାସ୍ତା ଉପରେ ଦୌଡିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେପଟେ ବନ ବିଭାଗ ଝିଙ୍କଟିକୁ ଧରିବାକୁ ଚେଷ୍ଟା କରୁଥିଲେ କାବୁ କରିବାରେ ବିଫଳ ହୋଇଛି।

ad-week
Leave A Reply

Your email address will not be published.