ଧାମନଗର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସୁପ୍ରିମୋ: କହିଲେ ଆମେ ଜନାଦେଶକୁ ସବୁବେଳେ ସମ୍ମାନ ଦେଇଛୁ

add-all

ଭୁବନେଶ୍ୱର: ଜନାଦେଶକୁ ସମ୍ମାନ ଜଣାଉଛି। ଧାମନଗର ଉପନିର୍ବାଚନକୁ ନେଇ ଏହି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆନ୍‌ ଏକ୍ସପ୍ରେସର ଲିଟରାରୀ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଯୋଗଦେଇ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ପ୍ରଶ୍ନର ଉତ୍ତରେ କହିଥିଲେ, ସବୁ ବେଳେ ଜନାଦେଶକୁ ସମ୍ମାନ ଜଣାଉଛି। କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା।

ସେ ତାଙ୍କ ଅଞ୍ଚଳରେ ଲୋକପ୍ରିୟ ଥିଲେ । ବିଜେପି ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ଆଶା କରାଯାଉଥିଲା ବିଜେପି ପ୍ରାର୍ଥୀ ଜିତିବେ। କିନ୍ତୁ ନିକଟରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ସଫଳ ହୋଇଥିଲା। ସମସ୍ତ ୩୦ ଜିଲ୍ଲାରେ ବିଜେଡି ସଫଳ ହୋଇଥିଲା। ୨୦୨୪ ନିର୍ବାଚନରେ ଆମେ ଜିତିବୁ । କାହିକିଁନା ଆମେ ଲୋକଙ୍କ ସହ ରହିଛୁ । ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ବୋଲି ନବୀନ୍‌ ପ୍ରତିକ୍ରିୟା ରଖିଛନ୍ତି ।

ad-week
Leave A Reply

Your email address will not be published.