ହିଞ୍ଜିଳି କନକ ଦୁର୍ଗାପୀଠରେ ଚବିଶି ପ୍ରହର ନାମଯଜ୍ଞ

add-all

ହିଞ୍ଜିଳିକାଟୁ ୯।୧୧ : ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ମା’ କନକ ଦୁର୍ଗା ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚବିଶି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, କଳସ ଯାତ୍ରା ସୋମବାର ଦିନ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ହିଞ୍ଜିଳି ଗ୍ରାମର ବିଭିନ୍ନ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସେହିପରି ମଙ୍ଗଳବାର ପୂର୍ବାହ୍ନରେ ଗ୍ରହଣ ଆରମ୍ଭ ଯୋଗୁଁ ସୋମବାର ରାତି ପ୍ରାୟ ୪ ଘଣ୍ଟା ମଙ୍ଗଳବାର ପୂର୍ବାହ୍ନରେ ନାମଯଜ୍ଞ ଆରମ୍ଭ ହୋଇ ଶୁକ୍ରବାର ପୂର୍ବାହ୍ନରେ ସମାପନ ଓ ପୂର୍ଣ୍ଣାହୂତି ହେବାସହ ଅନ୍ନଯଜ୍ଞ ହେବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।ପ୍ରମୋଦ କୁମାର ପାଣିଗ୍ରାହୀ ପୂଜକ ଭାବେ କାର୍ଯ୍ୟ ତୁଲାଇଥିଲେ ଵେଳେ କିଶୋର ଚନ୍ଦ୍ର ସାହୁ କର୍ତ୍ତା ଦାୟିତ୍ବ ନିର୍ବାହ କରିଛନ୍ତି । ନାମ ଯଜ୍ଞ କାର୍ଯ୍ୟକୁ ରମେଶ ମହାରଣା, ଟୂଲୁ ବେହେରା, ମଙ୍ଗୁଳୁ ସାହୁ, ଟୁଟୁ ପଟ୍ଟନାୟକ ,ସୁଶାନ୍ତ ମୁନି, ସନ୍ତୋଷ କୁମାର ବାଡତ୍ୟା, ଜଗନ୍ନାଥ ପଣ୍ଡା, ଲୁନା ସାବତ ସମ୍ପାଦନ କରିଥିଲେ। କନକ ଦୁର୍ଗା ମନ୍ଦିର କମିଟି ଓ ହିଞ୍ଜିଳି ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.