ଜମାରାଶି ଫେରସ୍ତ ଦାବିରେ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

add-all

ବ୍ରହ୍ମପୁର : ଦୀର୍ଘ ୮ବର୍ଷ ଧରି ଜମାକାରୀ ମାନେ ସେମାନଙ୍କର ପରିପକ୍ୱ ରାଶି ସାହାରା ଚିଟଫଣ୍ଡ କମ୍ପାନୀ କୁ ଦୌଡ଼ି ଦୌଡ଼ି ଫେରସ୍ତ ନ ପାଇ ସର୍ବସ୍ବାନ୍ତ ହୋଇଗଲେଣି । ବାରମ୍ବାର ପ୍ରତିଶ୍ରୁତି ଓ ତାରିଖ ପରେ ତାରିଖ ଗଡ଼େଇ ସାହାରା କମ୍ପାନୀ ର ଶାଖା ପରିଚାଳକ, ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକମାନେ ଜମାକାରୀଙ୍କୁ ଭୁଆଁ ବୁଲେଇ ଆସୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଜମାକାରୀଙ୍କୁ ପଇସା ଫେରାଇବାପାଇଁ ପ୍ରତିଶ୍ରୁତିମାନ ଦେଇ ମଧ୍ୟ ସାହାରା କାହାକୁ ପଇସା ଫେରାଉନାହିଁ । ଏହାର ପ୍ରତିବାଦରେ ଆଜି ବ୍ରହ୍ମପୁର ଟାଟା ବେଞ୍ଜ ସ୍ଥିତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ସାହାରା ଜମାକାରୀ ମଞ୍ଚର ଡ଼ାକରାରେ ଏକଦିବଶ୍ୟ ଗଣଧାରଣା କାର୍ଯ୍ୟକ୍ରମ କରାଯାଇଅଛି । ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛିକି ସାହାରା ଏକ ଚିଟଫଣ୍ଡ କମ୍ପାନୀ ଯିଏ ୨୦୧୨ ମସିହାରୁ ଜମାକାରୀମାନଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ପ୍ରତିଶ୍ରୁତିଦେଇ ସେବୀ ପଇସା ରଖିଛି ଓ କମ୍ପାନୀରେ ଥିବା ସ୍କିମକୁ କ୍ୟୁ ସପ୍ କମ୍ପାନୀ ନାମରେ ପରିବର୍ତନକରି ଆଜିପର୍ଯ୍ୟନ୍ତ ଜମାକାରୀଙ୍କୁ ଠକିଚାଲିଛି । କିନ୍ତୁ ଦୁର୍ଭାଗ୍ୟର କଥା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାଇ ସେବୀ ପାଖରେ ୨୪୭୦୦ କୋଟି ବଦଳରେ ସାହାରା ମାତ୍ର ୧୫୫୦୩ କୋଟି ଜମାକରିଛି, ଯାହା କେବଳ ହଉସିଂ ଓ ରିୟଲ ଇଷ୍ଟେଟ କମ୍ପାନୀର ଜମାକାରୀଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ସାହାରା କମ୍ପାନୀ ଅନ୍ୟାନ୍ୟ୩ ୩ଟି ସୋସାଇଟି ଏବଂ ୨ଟି କମ୍ପାନୀ ନାମରେ ଆମ ରାଜ୍ୟରୁ ୨୦୦୦୦ କୋଟି ଟଙ୍କାସଂଗ୍ର କରି ତାହାର ପରିପକ୍ଵ ରାଶି ମଧ୍ୟ କାହାରିକୁ ଆଜି ସୁଦ୍ଧା ଫେରାଇ ନାହିଁ । ଏହିପରିପାରିପେକ୍ଷିରେ ସାହାରା ଜମାକାରୀ ମଞ୍ଚ ଡାକରାରେ ବାରମ୍ବାର ସରକାରଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କିମ୍ବା କମ୍ପାନୀ ସ୍ତରରେ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଯାହା ଫଳରେ ଆଜି ରାଜ୍ୟର ସମସ୍ତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବଶ୍ୟ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଆଗମିଦିନରେ ଯଦି ଜମାକାରୀମାନେ ଟଙ୍କା ଫେରିନପାନ୍ତି ଏଥିପାଇଁ ଯେଉଁ ଅସ୍ୱାଭାବିକ ପରିସ୍ଥିତିସୃଷ୍ଟିହେବ ସେଥିପାଇଁ ସରକାର ଓ ସାହାରା କମ୍ପାନୀର କତ୍ତୃପକ୍ଷ ଦାୟୀ ରହିବେ । ଆଜିଆର ଧାରଣା କାର୍ଯ୍ୟକ୍ରମରେ ସାହାରା ଜମାକାରୀ ମଞ୍ଚର ଉପସଭାପତି ସୁନିଲ କୁମାର ଦାଶଙ୍କ ନେତୃତ୍ୱରେ ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା, ଦେବେନ୍ଦ୍ର ବେହେରା, ଚିତ୍ତରଞ୍ଜନ ପାଢ଼ୀ, ଶୈଳବାଳା ପଣ୍ଡା, ବି. ଦିଲ୍ଲୀପ ପାତ୍ର, ଦଣ୍ଡପଣି ସେଠି, ପ୍ରମୋଦ ଦାଶ, ଏ. ଯମୁନା, କୈଳାଶ ନାହାକ, ରାଜେଶ ବେହେରା, ଲକ୍ଷ୍ମୀଧର ବିଶ୍ୱାଳ, ପୂର୍ଣାବାସି ମାଦଳା, ସନ୍ତୋଷ ହୋତା, ଗୁଡ଼ିଆ ସାହୁ, ସୁଶାନ୍ତ ବେହେରା, ଲିଙ୍ଗରାଜ ଆଚାରି ପ୍ରମୁଖ ଯୋଗଦେଇ ତୁରନ୍ତ ଜମାରାଶି ଫେରସ୍ତ ନିମନ୍ତେ ଦାବି କରିବା ସହ ଧାରଣାକୁ ପ୍ରଦର୍ଶନ କରିଥିଲେ ।

ad-week
Leave A Reply

Your email address will not be published.