ଘରେ ରଶି ଲଗାଇ ଝୁଲିପଡିଲେ ଯୁବକ

add-all

ସାଲେପୁର ୧୦।୧୧ : ଫ୍ୟାନ୍‌ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ । ମୃତ ଯୁବକ ସାଲେପୁର ଥାନା ବାରବାରି ଗାଁର ବାପିନା କାଣ୍ଡି । ସେ ମାମୁଁ ଘର ଶଙ୍କରପୁର ଗାଁରେ ରହିଆସୁଥିବା ବେଳେ ଶଙ୍କରପୁର ଗାଁରେ ଘଟିଛି ଘଟଣା।

ଖବର ଅନୁଯାୟୀ, ଗୁରୁବାର ରାତିରେ ଶଙ୍କରପୁରଗାଁରେ  କାର୍ତ୍ତିକ ଭସାଣି ହେଉଥିବା ବେଳେ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା।  ସେମାନେ ହେଲେ ସୁଶାନ୍ତ କୁମାର ରାଉତରାୟ, ଚଇନ ସେଠି , ମଇନ ସେଠି । ସେମାନେ ବାପିନା କାଣ୍ଡିକୁ ଘରେ ଆସି ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବିଳମ୍ବିତ ରାତିରେ ବାପିନା କାଣ୍ଡି ଘରେ ଲାଗିଥିବା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ଅବସ୍ଥାରେ ଝୁଲୁଥିବାର ପରିବାରଲୋକେ ଦେଖିଥିଲେ । ଏହାପରେ  ପରିବାର ଲୋକ ସାଲେପୁର ଥାନାରେ  ଅଭିଯୋଗ କରିଥିଲେ । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଁଚି ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ଖୋଲତାଡ଼ ଜାରି ରଖିଛି ।

ad-week
Leave A Reply

Your email address will not be published.