
ମାଲକାନଗିରି : ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲଣଗୁଡା ପଂଚୟତରେ ଥିବା ଡୋଡିଗୁଡା ଓ ଦଂଗେସଖାଲ ଗ୍ରାମରେ ୧୦୦ରୁ ଉର୍ଦ୍ଧ ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କୁ ସରକାର ମୁଖ୍ୟଶ୍ରୋତ ରେ ସାମିଲ କରିବା ସହ ଏହିଦୁଇ ଗ୍ରାମ ପାର୍ଶ୍ଵରେ ଥିବା ଜଙ୍ଗଲ ରେ ଥଇଥାନ ପାଇଁ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ଖବର ପାଇବା ପରେ ଦୁଇ ଗ୍ରାମ ମଧ୍ୟରେ ପ୍ରଶାସନ ବିରୋଧୀ ଆସନ୍ତୋଷ ଦେଖା ଯାଇଥିଲା । ଦୁହିଁ ଗ୍ରାମ ଗୁଡିକରେ ଆଦିବାସୀ ସମ୍ପ୍ରଦାୟ ଲୋକ ରହୁଥିବା ବେଳେ ପ୍ରାୟତଃ ଜଙ୍ଗଲ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି । ଦୀର୍ଘ ୭ବର୍ଷ ରୁ ଉର୍ଦ୍ଧ୍ବ ହେବ ଦୁଇ ଗ୍ରାମରେ ବନବିଭାଗ ଦ୍ୱାରା ବନ ସୁରକ୍ଷା ସମିତି ଗଠନ ପୂର୍ବକ ଉଜୁଡି ଯାଇଥିବା ଜଙ୍ଗଲର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଗ୍ରାମରେ ଚାଷଜମି କମ ରହିଥବା ବେଳେ ପ୍ରାୟଲୋକ ଜଙ୍ଗଲ ଉପରେ ନିର୍ଭରଶୀଳ ରହିଥାନ୍ତି । ଆତ୍ମସମର୍ପଣ କାରୀ ନକ୍ସଲଙ୍କ ଥଇଥାନ ପାଇଁ ଏହିଦୁଇ ଗ୍ରାମର ମଧ୍ୟବର୍ତ୍ତୀ ଜାଗାରେ ଗୃହ ନିର୍ମାଣ ହେଲେ ଦୁଇ ଗାଁ ରେ ଗଛିତ ଜଙ୍ଗଲ ସମ୍ପଦ ସହ ଜୀବନ ଜୀବିକା ପ୍ରଭାବିତ ହେବ । ଏହା ଭବିଷ୍ୟତ ପିଢ଼ିଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପକାଇବ । ଏଣୁ ଦୁଇ ଗ୍ରାମବାସୀ ସମ୍ମିଳିତ ଭାବେ ଜିଲ୍ଲାପାଳ ଙ୍କୁ ଉକ୍ତ ସ୍ଥାନ ବଦଳରେ ଅନ୍ୟ ଯାଗା ରେ ଥଇଥାନପୂର୍ବକ ଗୃହ ନିର୍ମାଣ କରିବାକୁ ଅନୁରୋଧ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।