ଦାରିଙ୍ଗବାଡ଼ିରେ ପାଳନ ହେଲା ମାଣ୍ଡିଆ ଦିବସ

add-all

ଦାରିଙ୍ଗବାଡ଼ି ୧୦/୧୧ : ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି ଦାରିଙ୍ଗବାଡ଼ି ପଥପ୍ରାନ୍ତଃ ସୁବିଧା କେନ୍ଦ୍ରରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଅତିରିକ୍ତ କୃଷି ଅଧିକାରୀ କ୍ଷେତିସ ବିଳାସ ବେହେରା, ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସମିତି ସଭ୍ୟ କାଳି ପ୍ରସାଦ ମଲ୍ଲିକ , ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ମଞ୍ଚରେ ଉପସ୍ଥିତ ଥିଲେ। ମିଲେଟ ମିଶନ ସରକାରଙ୍କ ଯୋଜନା ଏବଂ ଏହା ଲୋକଙ୍କ ହିତ ଦିଗରେ କାର୍ଯ୍ୟ କରୁଛି । ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର। ଗରିବ ଲୋକଙ୍କ ଉନ୍ନତି ସହ ଲୋକଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇଵା ମିଲେଟ ମିଶନର ଲକ୍ଷ୍ୟ ବୋଲି ବିଧାୟକ କହିଥିଲେ ।ଏଠାରେ ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ମାଣ୍ଡିଆ ବହୁଳ ବ୍ୟବହାର ପାଇଁ ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ଖଞ୍ଜର ନାଚ ମାଧ୍ୟମରେ ସଚେତନ କରାଯାଇଥିଲା। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଲେଟ ମିଶନ କୋଡ଼ିନେଟର ମହେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜାଗୃତି ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ, ପକୁଡ଼ି, ପିଆଜି, ସିଙ୍ଗଡ଼ା, ବରା, ସୁପ୍, କ୍ଷୀରି ଇତ୍ୟାଦି ପ୍ରସ୍ତୁତି କରି ଲୋକଙ୍କୁ ଦିଆଯାଇଥିଲା ।

ad-week
Leave A Reply

Your email address will not be published.