ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ : ସହରାଞ୍ଚଳ ନିର୍ବାହୀ ଅଧିକାରୀଙ୍କ ଆଭିମୁଖ୍ୟ କରଣ ବୈଠକ

add-all

ହିଞ୍ଜିଳିକାଟୁ (୧୧।୧୧): ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ନିମନ୍ତେ ଏକ ଓରିଏଣ୍ଟସେନ ପ୍ରୋଗାମ ହିଞ୍ଜିଳିକାଟୁ ପୌର ପରିଷଦ ସଭାଗୃହ ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ସହରାଞ୍ଚଳ ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ବଚ୍ଛ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ। ଗଞ୍ଜାମ ଗୁଡା ପିଡି ସଚ୍ଚିଦାନନ୍ଦ ନାୟକ ପୌରହିତ୍ୟ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ସ୍ବଚ୍ଛ ସର୍ବେକ୍ଷଣରେ ସର୍ବ ଭାରତୀୟ ସ୍ତରରେ ସହରାଞ୍ଚଳ ଗୁଡିକର ସ୍ଥିତି ସମ୍ମାନଜନକ ରହିବ ସେ ଦିଗରେ ଉଦ୍ୟମ ପାଇଁ ଆଲୋଚନା ହୋଇଥିଲା। ସେଟିପିର କାର୍ଯ୍ୟକାରିତା, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରଗୁଡ଼ିକର ସଠିକ କାର୍ଯ୍ୟକାରିତା ଏବଂ ସୌନ୍ଦର୍ଯ୍ୟକରଣ, ସହରାଞ୍ଚଳ ର ସମସ୍ତ ପରିବାରରୁ ସମସ୍ତ ପ୍ରକାରର ଅଳିଆ ସଂଗ୍ରହ, ନିରନ୍ତର ପରିମଳ, ପରିମଳ କର୍ମଚାରୀଙ୍କ କଲ୍ୟାଣ ଇତ୍ୟାଦି ନେଇ ଆଲୋଚନା ହୋଇଥିଲା। ଜଳାଶୟ ଗୁଡିକ ସଫା କରିବା ସହ ସର୍ବ ଭାରତୀୟ ସ୍ତରରେ ଭଲ ମାର୍କ ପାଇଁ ଆଲୋଚନା ହୋଇଥିଲା। ହିଞ୍ଜିଳିକାଟୁ ପୌର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.