ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

add-all

ପଦ୍ମପୁର ୧୧/୧୧: ପଦ୍ମପୁରରେ ବାଜିଛି  ନିର୍ବାଚନି ବିଗୁଲ। ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତିପ୍ରକାଶ ପରେ ସମସ୍ତ ରାଜନୈତିକ ଦଳ ଜୋର୍‌ଲସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଆଗାମି ଉପନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କଲାବେଳେ ବିଜେପି କିନ୍ତୁ ଭିନ୍ନ ପନ୍ଥା ଆପଣାଇଛି। ଧାମନଗର ଉପନିର୍ବାଚନରେ ବିଜୟ ପରେ ଉଲ୍ଲସିତ ବିଜେପି ପ୍ରଥମେ ତାର ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ଶାସକ ବିଜେଡି ଓ କଂଗ୍ରେସ ପକ୍ଷରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କୁହାଯାଇଛି। ଗୁରୁବାର ରାଜ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ୱର୧୬ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି ସ୍ଥିର କରାଯାଇଛି ।

ଅନ୍ୟପଟେ ବିଜେପି ପକ୍ଷରୁ ଶୁକ୍ରବାର ପ୍ରାର୍ଥୀ ଭାବେ ପଦ୍ମପୁର ପୁର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରାଯାଇଛି। ପ୍ରଦୀପ ଆସନ୍ତା ନଭେମ୍ୱର ୧୪ରେ ନିଜର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସର ଭେଟେରାନ୍ ପୁର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁଙ୍କ ଉପରେ ବାଜି ଲଗାଇବ କଂଗ୍ରେସ।  ସେପଟେ ପ୍ରାର୍ଥୀ ଚୟନ  ବିଜେଡର ବରିଷ୍ଠ ନେତାମାନେ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି।  ଧାମନଗରରେ ବିଜେଡିର ପରାଜୟ ପରେ ହାତେ ମାପି ଚାଖଣ୍ଡେ ଚାଲୁଥିବା ବିଜେଡି ସଠିକ୍ ନେତା ବାଛି ପ୍ରାର୍ଥୀ କରାବଇବ ବୋଲି ଓ ଖୁବ୍ ଶୀଘ୍ର ନାମ ଘୋଷଣା କରିବ ବୋଲି ସୂଚନା ଦେଇଛି।

ad-week
Leave A Reply

Your email address will not be published.