ଅର୍ଚ୍ଚନା ନାଗ ଗିରଫ ମାମଲା: କେସିଙ୍ଗାରୁ ଫେରିଲା ତଦନ୍ତକାରୀ ଟିମ୍‌

add-all

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ପୈତୃକ ଘରୁ ତଦନ୍ତ କରି ଫେରିଲା ତଦନ୍ତକାରୀ ଟିମ୍‌ । ଏହି ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ ଜବତ ହୋଇଛି । ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ଗିରଫ ପରେ ୧୪ ଦିନିଆ ରିମାଣ୍ଡ ଆବେଦନ କରିବ ଇଡି ।

ଖବର ଅନୁଯାୟୀ, ଗୁରୁବାରଠୁ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଇଡି । ଏକାକାଳୀନ ଏହି ସବୁ ସ୍ଥାନରେ ଚଢାଉ କରୁଥିଲା ଇଡି । ବେଆଇନ୍ ଆର୍ଥିକ କାରବାର ନେଇ ଖୋଲତାଡ଼ କରୁଥିଲା ଇଡି । ଆଉ ଏବେ ଅର୍ଚ୍ଚନାଙ୍କ ପୈତୃକ ଘର କେସିଙ୍ଗାରୁ ତଦନ୍ତ କରି ଫେରିଛି ତଦନ୍ତକାରୀ ଟିମ୍‌ ।

ସେପଟେ ଅର୍ଚ୍ଚନାଙ୍କ ବେଆଇନି ସମ୍ପତ୍ତିର ତଥ୍ୟ ମାଗିଛି କଳାଧନର ତଦନ୍ତ କରୁଥିବା ଏସ୍ଆଇଟି। ଇଡିକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲକ୍ଷ ଲକ୍ଷ ଟଙ୍କା କାରବାର ସମ୍ପର୍କିତ ସବିଶେଷ ରିପୋର୍ଟ ଦେବା ପାଇଁ ଏସଆଇଟି ପରାମର୍ଶ ଦେଇଛି। ଆସନ୍ତା ୧୩ ତାରିଖରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ୧୩ ତାରିଖରେ ନୂଆଦିଲ୍ଲୀ ସ୍ଥିତ SIT କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ହେବ। ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.